ସୁନ୍ଦରଗଡ ତା:୦୯/୦୬/୨୦୨୩( ସନ୍ଧାନ ନିଉଜ/ରାଜୁ ପଟେଲ)ତଲସରା ଥାନା ଅନ୍ତର୍ଗତ ସବଡେଗାର ବିଦେଶୀ ମଦ ଦୋକାନ ପରିସର ସହିତ ତାର ପରିପାର୍ଶ୍ଵରେ ମଦର ଶୁଅ ଦେଖିବାକୁ ମିଳିଛି । ସବଡେଗା ସାପ୍ତାହିକ ହାଟରେ ଥିବା ଆବର୍ଜନା ଗୃହରେ ମଦ ବୋତଲ ଭର୍ତି ହୋଇ ରହିଥିବା ଦେଖୀବାକୁ ମିଳିଥିବା ଜଣାପଡିଛି ଯାହାକି ପ୍ରଶାସନର ଅପାରଗତା ନଚେତ ସେଥିରେ ସଂଶ୍ଳିଷ୍ଟ ଥିବା ଜନ ମହଲରେ ପ୍ରକାଶ ପାଉଛି । ବିଦେଶୀ ମଦ ଦୋକାନ ପରିସରରେ ଅନବରତ ମଦ ବୋତଲ ପଡିରହିବା ଓ ତାହା ଉଚିତ ସମୟରେ ପରିଷ୍କାର ନ ହେବା ଅଞ୍ଚଳର ପରିବେଶକୁ ଦୁଷିତ କରିବା ସହିତ ଖରାପ ଚିତ୍ର ସାମ୍ନାଜୁ ଆସୁଛି । ସାପ୍ତାହିକ ହାଟ ସମ୍ମୁଖରେ ଏହି ବିଦେଶୀ ମଦ ଦୋକାନ ରହିବା କାରଣରୁ ତାହା ଶିକ୍ଷା ଓ ସମାଜ ପାଇଁ ଏକ ଖରାପ ପରିବେଶ ସୃଷ୍ଟି କରୁଥିବା ବୁଦ୍ଧିଜୀବୀ ମହକରୁ ପ୍ରକାଶ । ତା ସହିତ ପ୍ରଶାସନର ଚେତାଶୂନ୍ୟ ହୋଇ ରହିଥିବା କାରଣରୁ ମଦ ଉପଭୋକ୍ତାଙ୍କ ଉପରେ ଦୋକାନୀ ଅଧିକା ଅଙ୍କର ଟଙ୍କା କସୁଥିବା ଖାଉଟିମାନେ ପ୍ରକାଶ କରୁଥିବା ଜଣାପଡିଛି । ସବଡେଗାରେ କେତେକ ଅସାଧୁ ଲୋକେ ଏହି ମଦ ଉଚ୍ଚା ଦରରେ ମଦ ଦୋକାନରୁ ନେଇ ବିକ୍ରି କରୁଥିବାର ବିଭିନ୍ନ ମହଲରେ ପ୍ରକାଶ ପାଉଛି । ଆଗାମୀ ଦିନରେ ଏହାର ଉଚିତ ପଦକ୍ଷେପ ନ ନିଆଗଲେ ବଡ଼ ଧରଣର ଜନ ଅସନ୍ତୋଷ ହେବାର ଆଶଙ୍କା ରହିଛି ।ବିଦେଶୀ ମଦ ଦୋକାନ ସମ୍ମୁଖରେ ବିଜୁଳିର ଏକ ଟ୍ରାନ୍ସଫର୍ମା ଥିବାରୁ ଅନେକ ସମୟରେ ମଦ ଖାଉଟିଙ୍କ ଜୀବନ ବିପଦରେ ରହୁଥିବା ଆଶଙ୍କା ରହୁଛି।ଓଡିଶା ସରକାର ଚେଇଁ ସୋଇଥିବା ବେଳେ ସ୍ଥାନୀୟ ପ୍ରଶାସନର ଖାମଖିଆଳି ମନୋଭାବ ଲୋକଙ୍କ ମୃତ୍ୟୁର ଜାରଣ ପାଲଟିବ ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ତଲସରା ଥାନା ଅନ୍ତର୍ଗତ ସବଡେଗାର ବିଦେଶୀ ମଦ ଦୋକାନ ପରିସର ସହିତ ତାର ପରିପାର୍ଶ୍ଵରେ ମଦର ଶୁଅ ଦେଖିବାକୁ ମିଳିଛି
|
June 10, 2023 |
