ଯାଜପୁର-୧୨/୦୪(ସନ୍ଧାନ ନ୍ୟୁଜ୍)ଓଡିଶା ଡ୍ରାଇଭର ମହାସଙ୍ଘ ଯାଜପୁର ଜିଲ୍ଲା ବରୀ ବ୍ଲକ ଶାଖା ପକ୍ଷରୁ ମାଳଦା ଛକ ଠାରେ ସାଂଗଠନିକ ବୈଠକ ଓ ବଂଧୁମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି , ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା , ସାଂଗଠନିକ ସମ୍ପାଦକ ମାନସ ରଞ୍ଜନ ଦେବତା , ବରୀ ବ୍ଲକ ସଭାପତି ହୀରାଲାଲ , ସମ୍ପାଦକ ଅଶୋକ ଦଳେଇ , ଛତିଆ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ଅଧ୍ୟକ୍ଷ ଓ ପ୍ରଶିକ୍ଷକ ପ୍ରମୁଖ ଉପସ୍ଥିତ ରହି ସଂଘ ର ବିଭନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।
ପ୍ରଥମେ ବରୀ ପୁରୁଣା ତହସିଲ ଠାରୁ ଏକ ବିଶାଳ ମୋଟର ସାଇକେଲ ରାଲିରେ ରାଜ୍ୟ ସଭାପତି ଓ ଅନ୍ୟ ଅତିଥୀ ମାନଙ୍କୁ ସଭାସ୍ଥଳ କୁ ପାଛୋଟି ଆଣିଥିଲେ ଏହି ଶାଖାର କର୍ମକତା ମାନେ ।ସାସ୍କୃତିକ କାର୍ଯ୍ୟକର୍ମ ସହ ବିଭିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ମୃତକ ସଦସ୍ୟ ମାନଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ।
ଡ୍ରାଇଭର ସଂଘର ସାଂଗଠନିକ ବୈଠକ ଓ ବଂଧୁମିଳନ ବରୀରେ ଅନୁଷ୍ଠିତ।
|
April 12, 2025 |
