କଟକ: ପର୍ବପର୍ବାଣୀ ଓ ସାମାଜିକ ଉତ୍ସ ବ ପାଳନ ସମୟରେ ଆନନ୍ଦ, ଉଲ୍ଲାସ ଓଉତ୍ସା ହ ସହିତ ଶୃଙ୍ଖଳା, ସଂଯମ ଏବଂ ଜନସୁ ରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେ ବାକୁସେଣ୍ଟ୍ରାଲ ରେଞ୍ଜ ଆଇଜି ଡକ୍ଟର ସତ୍ୟଜିତ ନାୟକ ଜନସାଧାରଣଙ୍କୁ ନି ବେଦନକରିଛନ୍ତି। ଡିଜେ ସଙ୍ଗୀତ ଓ ଉଚ୍ଚ ଶବ୍ଦର ମନୋରଞ୍ଜନ ଅପେକ୍ଷା ମଣିଷର ଜୀବନ, ସ୍ୱାସ୍ଥ୍ୟ ଓ ସୁରକ୍ଷା ଅଧିକ ମୂଲ୍ୟବାନ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଏକସଚେତନତାମୂଳକ ବାର୍ତ୍ତା ରେ ଡକ୍ଟର ନାୟକ କହିଛନ୍ତି ଯେ, ଉତ୍ସ ବ ପାଳନର ପ୍ରକୃତଉଦ୍ଦେଶ୍ୟ ହେଉଛି ସ ମାଜରେ ଖୁସି, ଭାଇଚାରା, ସଦ୍ଭାବନା ଓ ଏକତାର ଭାବନାକୁସୁଦୃଢ଼ କରିବା, କିନ୍ତୁ ଅତ୍ୟଧିକ ଶବ୍ଦ, ଅନିୟନ୍ତ୍ରି ତ ଶୋଭାଯାତ୍ରା, ବେପରୁଆ ଗାଡ଼ିଚା ଳନା ଓ ଅସାବଧାନତା ଯୋଗୁଁ ଉତ୍ସବର ଆ ନନ୍ଦ ଦୁର୍ଘଟଣା ଓ ଅଘଟଣରେପରିଣତ ହେ ବା ଉଚିତ ନୁହେଁ। କିଛି ଘଣ୍ଟାର ମନୋ ରଞ୍ଜନ ପାଇଁ ଗୋଟିଏ ଅମୂଲ୍ୟଜୀବନକୁ ବିପଦରେ ପକାଇବା କେବେ ମଧ୍ୟ ଗ୍ରହଣୀ ୟ ନୁହେଁ। ବିଶେଷକରିଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇ ସେ କହିଛନ୍ତି ଯେ, ଉତ୍ସ ବରେ ଆନନ୍ଦ କରନ୍ତୁ, ନାଚନ୍ତୁ, ଗା ଆନ୍ତୁ, ନିଜ ଖୁସିକୁ ଅନ୍ୟମାନଙ୍କ ସ ହ ବାଣ୍ଟନ୍ତୁ, କିନ୍ତୁ ନିଜର ଓ ଅନ୍ୟ ମାନଙ୍କଜୀବନ ସୁରକ୍ଷାକୁ କେବେ ଭୁ ଲନ୍ତୁ ନାହିଁ। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା, ଚଳନ୍ତା ଗାଡ଼ି ଉପ ରେ ବିପଜ୍ଜନକ କାର୍ଯ୍ୟ କରିବା, ଟ୍ରା ଫିକ୍ ନିୟମ ଉଲ୍ଲଂଘନ କରିବାଓ ଅନ୍ୟ ମାନଙ୍କ ଯାତାୟାତରେ ବାଧା ସୃଷ୍ଟି କ ରିବାରୁ ସମସ୍ତେ ଦୂରେଇ ରହିବାଆବଶ୍ୟ କ। ଅତ୍ୟଧିକ ଶବ୍ଦ ଯୋଗୁଁ ବୟସ୍କ ବ୍ୟ କ୍ତି, ଶିଶୁ, ରୋଗୀ ଓ ଛାତ୍ରଛାତ୍ରୀ ମାନେଶାରୀରିକ ଓ ମାନସିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଡିଜେ ଓଶବ୍ଦବର୍ଦ୍ଧକ ଯନ୍ତ୍ର ବ୍ୟବହାର ସମ ୟରେ ନିର୍ଦ୍ଧାରିତ ଶବ୍ଦସୀମା, ଅନୁ ମୋଦିତ ସମୟ ଓପ୍ରଶାସନର ନିର୍ଦ୍ଦେ ଶକୁ କଡ଼ାକଡ଼ି ପାଳନ କରିବା ସହିତ ଅ ନ୍ୟମାନଙ୍କ ଅଧିକାର ଓସୁବିଧା ପ୍ରତି ସମ୍ମାନ ଦେବା ଉଚିତ। ପୂଜା କମିଟି, ଉତ୍ସବ ଆୟୋଜକ, ଡିଜେ ମାଲିକଓ ସ୍ୱେ ଚ୍ଛାସେବୀମାନେ ମଧ୍ୟ ଶୃଙ୍ଖଳିତ ଓ ସୁ ରକ୍ଷିତ ଆୟୋଜନ ପାଇଁ ନିଜ ନିଜସ୍ତ ରରେ ଦାୟିତ୍ୱବାନ ଭୂମିକା ନିର୍ବାହ କରିବା ଦରକାର। ପୁଲିସ ଓ ପ୍ରଶାସନରନି ର୍ଦ୍ଦେଶକୁ ସମ୍ମାନ ଦେବା, ଟ୍ରାଫି କ୍ ନିୟମ ପାଳନ କରିବା ଏବଂ ଶାନ୍ତି ଶୃଙ୍ଖଳାରକ୍ଷାରେ ସହଯୋଗ କରିବା ପ୍ର ତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ସେମତ ପ୍ରକାଶ କରିଛନ୍ତି। ଜୀ ବନର ମୂଲ୍ୟ ଓ ପରିବାରର ଭାବନାକୁ ଗୁ ରୁତ୍ୱ ଦେଇଆଇଜି ଡକ୍ଟର ସତ୍ୟଜିତ ନା ୟକ ଏକ ହୃଦୟସ୍ପର୍ଶୀ ଆହ୍ୱାନ ଜଣାଇ କହିଛନ୍ତି, “ଆସନ୍ତୁ, ଡିଜେର ଶବ୍ଦ ନୁହେଁ, ମା ନବିକତାର ସ୍ୱରକୁ ଉଚ୍ଚ କରିବା। ଦୁ ର୍ଘଟଣା ନୁହେଁ, ସୁରକ୍ଷାର ଉତ୍ସବ ପା ଳନ କରିବା। ଜୀବନ ବଞ୍ଚାଇବା, ପରିବା ରର ହସ ରକ୍ଷାକରିବା।” ତାଙ୍କର ଏହି ବାର୍ତ୍ତାର ମୂଳ ଉଦ୍ଦେଶ୍ୟ ହେଉଛି ଉ ତ୍ସବ ଆନନ୍ଦମୟ ହେଉ, ଆୟୋଜନ ଶୃଙ୍ଖ ଳିତ ହେଉ ଏବଂ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସମାଜର ଏକସାମୂହିକ ସଂକଳ୍ପ ରେ ପରିଣତ ହେଉ।
ଡିଜେର ଶବ୍ଦ ନୁହେଁ, ମାନବିକତାର ସ୍ୱର ଉଚ୍ଚ ହେଉ”: ଜନସାଧାରଣଙ୍କୁ ଆଇଜି ଡକ୍ଟର ସତ୍ୟଜିତ ନାୟକଙ୍କ ନିବେଦନ
|
October 30, 2026 |



