ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ସୁବର୍ଣ୍ଣ ଜୟନ୍ତୀର କର୍ମକର୍ତ୍ତା

Spread the love
ଜେନାପୁର, ୨୦/୧୦ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଚଳିତ ବର୍ଷ ଏନ୍ ଇଇଟିର ସର୍ବ ଭାରତୀୟ ପରୀକ୍ଷାରେ କୃତୀତ୍ୱ ହାସଲ କରିଛନ୍ତି ଜଣେ ଗରିବ ଚାଷୀର ପୁଅ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଏଣ୍ଡଳବା ଗ୍ରାମ ପଞ୍ଚାୟତ କଲାଣ୍ଡ ଗ୍ରାମର ଶ୍ରୀ ରଞ୍ଜନ କୁମାର ବିଶ୍ୱାଳଙ୍କ ପୁଅ ଗଦାଧର ବିଶ୍ୱାଳ ୬୫୮ ନମ୍ବର ରଖି ନିଜ ଗ୍ରାମ ଆଖ ପାଖ ଅଞ୍ଚଳ ତଥା ନିଜ ବ୍ଲକ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।ସେଥିପାଇଁ ସମାଜର ବହୂ ବିଶିଷ୍ଟ ବ୍ୟକ୍ତି ତଥା ବହୁ ଅନୁଷ୍ଠାନ ତରଫରୁ ତାଙ୍କୁ ଶୁବେଚ୍ଛା ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣ ଜୟନ୍ତୀ କମିଟି ରେଖିଦେଇପୁରର କର୍ମକର୍ତ୍ତା ମାନେ ଆଜି ଅପରାହ୍ନରେ ଶ୍ରୀମାନ ଗଦାଧରଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁବେଚ୍ଛା ଜଣାଇବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଶ୍ରୀଯୁକ୍ତ ଲଚ୍ଛମନ ବାରିକ୍ ,ସଂପାଦକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ମଲ୍ଲ,, ଉପସଭାପତି ଶ୍ରୀ ଧ୍ରୁବଚରଣ ରାଉତ, ଅଜୟ କୁମାର ପ୍ରଧାନ, ଅଜୟ କୁମାର ପରିଡ଼ା, କୋଷାଧ୍ୟକ୍ଷ ମନୋଜ କୁମାର ଭଞ୍ଜ, ପ୍ରମୁଖ ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ଅଂଶ ଗ୍ରହଣ କରି ଶ୍ରୀ ବିଶ୍ୱାଳଙ୍କୁ ଆର୍ଶୀବାଦ କରିଥିଲେ ।ଯଦିଓ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ସହଯୋଗ ମିଳିପାରନ୍ତା ତେବେ ମୋ ପୁଅ ଆହୁରି ଆଗକୁ ଯାଇ ପାରନ୍ତା ବୋଲି ଶ୍ରୀ ବିଶ୍ୱାଳ କହିଥିଲେ ।

Related Posts

About The Author

Add Comment