ସୁନ୍ଦରଗଡ଼ ତା:୨୯/୫/୨୦୨୫(ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ବନଡେଗା ଗ୍ରାମ ପଂଚାୟତ ର ମେନ ରାସ୍ତା ରୁ ଚାର ଢ଼ିପl କୁ ଯାଇଥିବା ରାସ୍ତାଟି ଅନେକ ସମୟରୁ ଅତି ଶୋଚନିୟ ଅବସ୍ଥା ରେ ଥିବାର ଦେଖିବାକୁ ମିଳିଛି l ଏହି ଅଞ୍ଚଳରେ ପ୍ରାୟ ୩୦୦ ରୁ ଉର୍ଦ୍ଧ ପରିବାର ବସ ବାସ କରିବା ସହିତ ଏହି ରାସ୍ତା ରେ ପ୍ରତି ଦିନ ଅସଂଖ୍ୟ ଲୋକ ଯା ଆସ କରୁଥିବା ବେଳେ ଏହି ରାସ୍ତା ପ୍ରତି ପ୍ରଶାସନ ର ନଜର ପଡି ପାରୁ ନାହିଁ l ଏଠାକାର ସରପଞ୍ଚ କହିଥିବା ସୂଚନା ଅନୁସାରେ ଏହି ରାସ୍ତା ପାଇଁ ଅନେକ ଥର ପ୍ରପୋଜାଲ ଦିଆ ଗଲେ ମଧ୍ୟ ବ୍ଲକ ପ୍ରଶାସନର ଠିକାଦାର ପୋଷା ନୀତି ଆଜି ସାଧାରଣ ଜନତାଙ୍କ ପାଇଁ ହୋଇଛି କାକ । ନିର୍ଦ୍ଧାରିତ ସମୟରେ ଏହି ରାସ୍ତା କାର୍ଯ୍ୟ ଆସୁଥିବା ବେଳେ ପ୍ରଶାସନ ମନମୁଖୀ ଭାବେ କାର୍ଯ୍ୟର ସ୍ଥାନାନ୍ତରଣ କରିବା ପ୍ରଶ୍ନ ଘେରରେ । ଏଥିରେ ବ୍ଲକ ପ୍ରଶାସନ ସହିତ ଅଂଚଳ ଠିକାଦାରଙ୍କ ମଦୁଚନ୍ଦ୍ରିକାରେ ଲିପ୍ତ ରହୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବର୍ଷା ଦିନେ ଏହି ରାସ୍ତା ଟି କାଦୁଅ ହୋଇଯିବା ଯୋଗୁଁ ଶିକ୍ଷା, ସ୍ବାସ୍ଥ୍ୟ ସହିତ ଗମନା ଗମନ ରେ ଲୋକେ ଅସୁବିଧା ହେଉଥିବା ଅଂଚଳବାସି ପ୍ରକାଶ କରିଛନ୍ତି । ଅତିଶୀଘ୍ର ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ତାର ସ୍ଥାୟୀ ସମାଧାନ କରିବାକୁ ଦାବି ଜଣାଇଛନ୍ତି
ଠିକାଦାରଙ୍କ ଇଙ୍ଗିତରେ ଚାଲିଛି ବାଲିଶଙ୍କରା ପ୍ରଶାସନ
|
May 30, 2025 |
