ଟ୍ଵିଟର ନିଜ ପ୍ଲାଟଫର୍ମରୁ ସନ୍ଦେହଜନକ ଆକାଉଣ୍ଟ ହଟାଇବା ଆରମ୍ଭ କଲା; ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଲେ ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସ ନେତା ଥରୁର୍‌

Spread the love

ନୂଆଦିଲ୍ଲୀ15/7 (ସନ୍ଧାନ ନିୟୁଜ): ମାଇକ୍ରୋ- ବ୍ଲଗିଂ ସାଇଟ୍‌ ଟ୍ଵିଟରରେ ରେଜିଷ୍ଟର ଥିବା ଜାଲ୍‌, ସନ୍ଦେହଜନକ ଓ ‘ଅଟୋମେଟେଡ୍‌ ଆକାଉଣ୍ଟ’ଗୁଡ଼ିକୁ ନିଜ ପ୍ଲାଟଫର୍ମରୁ ହଟାଇବା ପାଇଁ ଏବେ ଜୋରସୋରରେ ପ୍ରୟାସ ଆରମ୍ଭ କରିଦେଇଛି। ଏବଂ ଏହି କ୍ରମରେ ଅନେକ ସନ୍ଦେହଜନକ ଆକାଉଣ୍ଟକୁ ନିଜ ପ୍ଲାଟଫର୍ମରୁ ହଟାଇ ସାରିଲାଣି। ତେବେ, ମାଇକ୍ରୋ- ବ୍ଲଗିଂ ସାଇଟ୍‌ ଟ୍ଵିଟରର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି ଭାରତୀୟ ରାଜନେତାମାନେ। କାରଣ, ଏହି କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କ ଟ୍ଵିଟର ଫଲୋୟର୍ସମାନଙ୍କ ସଂଖ୍ୟାରେ ଆଶାତୀତ ହ୍ରାସ ପରିଲକ୍ଷିତ ହୋଇଛି।

‘ସୋସିଆଲବ୍ଲେଡ୍‌’ ସୂତ୍ରରୁ ହସ୍ତଗତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଟ୍ଵିଟରର ଏପ୍ରକାର କାର୍ଯ୍ୟାନୁଷ୍ଠାନ ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ପଛକୁ ରହିଛନ୍ତି କଂଗ୍ରେସ ନେତା ଶଶି ଥରୁର୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟ୍ଵିଟର ହାଣ୍ଡଲ ଆକାଉଣ୍ଟ (@narendramodi) ଗୋଟିଏ ଦିନରେ ହରାଇଛି ୨,୮୪,୭୪୬ ଫଲୋୟର୍ସ। ଜୁଲାଇ ୧୨ରେ ଏହି ଆକାଉଣ୍ଟରେ ୪୩,୩୮୩,୫୨୫ ଫଲୋୟର୍ସ ଥିବାବେଳେ ଆଜିକା ତାରିଖ ଅର୍ଥାତ ୧୩ ଜୁଲାଇରେ ଏହି ରିପୋର୍ଟ ଲେଖାଯିବା ବେଳକୁ ଏହାର ସଂଖ୍ୟା ଆସି ପହଞ୍ଚିଛି ୪୩,୦୯୮,୭୭୯ରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ଏକ ଟୁଇଟର ଆକାଉଣ୍ଟ ମଧ୍ୟ ରହିଛି (@PMOIndia) ଯାହାର ଫଲୋୟର୍ସ ସଂଖ୍ୟାରେ ହ୍ରାସ ଘଟିଛି ୧୪୦, ୬୩୫।

Related Posts

About The Author

Add Comment