ସୁନ୍ଦରଗଡ ତା:୧୧/୭/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲରେ ଚିପ୍ସ ବୋଝେଇ ହାଇୱା ଉପରେ ପାଞ୍ଚ ରାଉଣ୍ଡ ଗୁଳି ଚାଳନା କରି ଅଞ୍ଚଳରେ ଆତଙ୍କ ଖେଲାଇଥିଲେ । ଏହି ଗୁଳି ମାଡ ରେ ଦୁଇ ଅଭିଯୁକ୍ତ ରହିଥିବା ବେଳେ କୁତ୍ରା ପୋଲିସ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଦୁଇ ଅଭିଯୁକ୍ତ ହେଲେ ଖତକୁର ବାହାଲ ମହମ୍ମଦ ହନାନ(୨୧) ଓ ମହମ୍ମଦ ତପସିର(୧୯) ବର୍ଷ ।ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସୁନ୍ଦରଗଡ ଏସ.ପି ଙ୍କ ନିର୍ଦ୍ଦେଶ କ୍ରମେ ତିନୋଟି ଗଠନ କରି ୧୨ ଘଣ୍ଟା ମଧ୍ୟରେ କୁତ୍ରା ପୋଲିସ କୁ ଏହି ସଫଳତା ମିଳିଥିବା ପୋଲିସ ସୁତ୍ରରୁ ପ୍ରକାଶ । ଅଭିଯୁକ୍ତ ଦୁଇ ଜଣ ଗିରଫ ହୋଇଥିବା ବେଳେ ଆଉ ତିନିଜଣ ଫେରାର ହୋଇଥିବା ବେଳେ ପୋଲିସ ତାଙ୍କ ନିକଟରୁ ଏକ ବନ୍ଧୁକ ଓ ଏକ ବାଇକ୍ ଜବତ କରିଛି । ପଥର ବୋଝେଇ ହାଇୱା ପଥର ବୋଝେଇ କରି କଖତକୁର ବାହାଲ ରୁ (ଜେ. ଏଚ ୦୭କେ ୪୧୫୨) ଚାଳକ ବାନାରଶି ଓରାମ(୨୧) ଯାଉଥିବା ବେଳେ ଲିଟିବେଡା ଛକ ନିକଟରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ଚାଳକ ବର୍ତ୍ତି ଯାଇଥିବା ଜଣାପଡ଼ିଛି ।
ଟ୍ରଲର ଉପରକୁ ଗୁଳିମାଡ,ଦୁଇଜଣ ଗିରଫ ହୋଇଥିବା ବେଳେ ବନ୍ଧୁକ ସହ ବାଇକ୍ ଜବତ
|
July 11, 2026 |



