ଟ୍ରକ ଧକ୍କାରେ ଶିଶୁ ମୃତ. ଲୋକଙ୍କ ଜାତୀୟ ରାଜପଥ ଅବରୋଧ 

Spread the love

ବାଲେଶ୍ଵର/୨୯/୧୦/ସନ୍ଧାନ ନିୟୁଜ୍)ବାଲେଶ୍ୱର ଜିଲ୍ଲା ଶେରଗଡ ଗଉଡ଼ୁଣୀ ପୋଖରୀ ନିକଟରେ ଗାଡି ଧକ୍କା ରେ ଶିଶୁପୁତ୍ର ମୃତ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ଲୋକମାନେ ରାସ୍ତା ରୋକ କରିଛନ୍ତି.ସୂଚନା ମୁତାବକ ଅଜା ନିଜର ୬ ବର୍ଷ ର ନାତି କୁ ଧରି ସାଇକେଲ ରେ ଯାଉଥିବା ବେଳେ ଏକ ଟ୍ରକ ପଛକୁ ଆଉଥିଲା ଆଉ ଅଜା ନାତିଙ୍କ ଉପରେ ମାଡି ଯାଇଥିଲା ଘଟଣା ସ୍ଥଳରେ ନାତି ର ମୃତ ହୋଇଥିଲା. ଫଳରେ ୩ ଘଣ୍ଟା ଧରି ଲୋକମାନେ ଜାତୀୟ ରାଜପଥ କଟକ ବାଲେଶ୍ୱର କୁ ଅବରୋଧ କରିଥିଲେ. କ୍ଷତି ପୂରଣ ରାସ୍ତା ମରାମତି ଦାବିରେ ଲୋକମାନେ ଜିଲ୍ଲାପାଳ ଙ୍କ ଠାରୁ ଜବାବ ପରେ ରାସ୍ତା ଅବରୋଧ ହଟାଇବେ ବୋଲି ପ୍ରକାଶ କରିଥିଲେ. ଜିଲ୍ଲାପାଳ ପହଂଚି ନଥିବାରୁ ରାସ୍ତା ଜାମ ଦୂର ହୋଇନଥିଲା.

Related Posts

About The Author

Add Comment