ଯାଜପୁର ସଦର,୧୦ା୧୦ (ସନ୍ଧାନ ନ୍ୟୁଜ): ଏହିପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ବାଲିଚନ୍ଦ୍ରପୁର ସଂଯୋଗ ହୋଇଥିବା ରାସ୍ତାର ବ୍ରହ୍ମବରଦା କଲେଜ ନିକଟରେ ଟାଟା ଏସି ଧକ୍କା ଦେବାରୁ ବ୍ରହ୍ମବରଦା ପଂଚାୟତର ନବଘନ ବେହେରା ସାଇକେଲରେ ଯାଉଥିବା ବେଳେ, ତାଙ୍କର ମୃତ୍ୁ୍ୟ ଘଟିଚି । ନବଘନଙ୍କ ଘର ବେଲଗୁଡ଼ି ଗ୍ରାମରେ ବୋଲି ଜଣାଯାଇଚି । ନବଘନ ବିଲକୁ ଯାଉଥିବା ବେଳେ, ଅନ୍ୟ ଦିଗରୁ ଏକ ଟାଟା ଏସି ନଂ ଓଡି ୦୫ ସିସି୦୯୭୯ ଧକ୍କା ଦେବାରୁ ନବଘନ ସାଇକେଲରୁ ପଡ଼ି ଗୁରୁତର ଆହତ ହୋଇଥିବା ବେଳେ, କଟକ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ, ବ୍ରହ୍ମବରଦା ଥାନା ପୋଲିସ ଗାଡ଼ିକୁ ଜବତ କରିବା ସହିତ ତଦନ୍ତ କରାଯାଉଥିବା ଜଣାଯାଇଚି ।
ଟାଟା ଏସି ଧକ୍କା ଦେବାରୁ ନବଘନର ଜୀବନ ଦ୍ୱିପ ଲିଭିଗଲା
|
October 11, 2025 |



