ସୁନ୍ଦରଗଡ ,୦୮/୦୨/୨୦୨୧ (ସନ୍ଧାନନିଉଜ/ରୋଶନ ପଟେଲ)-ସୁନ୍ଦରଗଡ ଜିଲ୍ଲା ର ଟାଙ୍ଗରପାଲି ବ୍ଲକ ରେ ଥିବା ଆଇସିଡ଼ିସିଏସ ସଭାଗୃହ ଠାରେ ଦ୍ଵିତୀୟ ପର୍ଯ୍ୟାୟ ରେ କୋଭିଡ-୧୯ ଟୀକାକରଣ କରI ଯାଇଛି I ଟାଙ୍ଗରପାଲି ବିଡିଓ ଶ୍ରୀଯୁକ୍ତ ସମେନ୍ଦ୍ର କୁମାର ଦାଶ ପ୍ରଥମେ ଟୀକା ଗ୍ରହଣ କରି ଥିଲେ I ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଜଟିଆ ମୁଣ୍ଡା , ତହସିଲଦାର ଶ୍ରୀମତୀ ସୁରମୀ ସୋରେଙ୍ଗ , ଏବିଡିଓ ଶ୍ରୀମତୀ ଦମୟନ୍ତୀ ପଟେଲ , ବ୍ଲକ ଶିକ୍ଷା ଅଧିକାରୀ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଟୀକା ପ୍ରଦାନ କରI ଯାଇଛି I ଡାକ୍ତର ନୁତନ କୁଜୁର ଟୀକା ଦେବାର କିଛି ସମୟ ଯାଏ ସମସ୍ତଙ୍କୁ ନିରୀକ୍ଷଣ ରେ ରଖିଥିଲେ I ବ୍ଲକ,ପଞ୍ଚାୟତ ଏବଂ ଡାକ୍ତର ଖାନା ର ୯୦ ଜଣ କର୍ମଚାରୀଙ୍କୁ କରୋନା ଟୀକା ପ୍ରଦାନ କରI ଯାଇଛି I
ଟାଙ୍ଗରପାଲି ରେ କୋଭିଡ଼-୧୯ ଟୀକାକରଣ
|
February 9, 2021 |
