ଝୁଣାରେ ହୁଏ ଅଙ୍କୁରାରୋପଣ : ମାଁ ମଝିଘରିଆଣୀଙ୍କ ବାଲିଯାତ୍ରାର ବୈଚିତ୍ର୍ୟତା

Spread the love
ଚାଷକାର୍ଯ୍ୟ ହେଉ ଅବା ଅନ୍ୟାନ୍ୟ ଅଙ୍କୁର ବିଧି, ସବୁଥିରେ ମାଟି ଅବା ବାଲି ସହ ଜଳର ସମ୍ମିଶ୍ରଣରେ ଗଜା ହେଉଥିବା କଥା  ଶୁଣିଥିବେ, କିନ୍ତୁ ରାୟଗଡ଼ା ସହରରେ ଦୈବିକୃପା ବଳରେ ବିନାଜଳରେ ଏକି କାର୍ଯ୍ୟ ସମ୍ଭବ ସମ୍ଭବ ହେଉଅଛି । ଆମେ କହୁଛୁ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ବାଲିଯାତ୍ରା କଥା । ନଅଟି ଗୁଲିରେ ଦ୍ୱାଦଶୀ ଦିନଠାରୁ କୋଷ୍ଠିକାଟି ଅସ୍ଥାୟୀ ମଣ୍ତପରେ ପୂଜା କରାଯାଏ ଯେଉଁଥିରେ ନଅ ପ୍ରକାରର ବିଭିନ୍ନ ଶସ୍ୟ ଯଥା ଧାନ,କାନ୍ଦୁଲ, କୋଳଥ, ବିରି, ମକା ଆଦିଙ୍କୁ ଅଙ୍କୁରାରୋପଣ ନିମନ୍ତେ ସ୍ଥାପନା କରାଯାଏ । ମନ୍ଦିର ତରଫରୁ ଏକ ପାଟ ପୂଜାରୀଙ୍କୁ ନିମନ୍ତ୍ରଣ କରାଯାଇଥାଏ । ସେମାନେ ବେଲକଣ୍ଟା ଦ୍ୱାରା ଅବୃତ୍ତ ଦୋଳିରେ ବସନ୍ତି ତଥା ମାଁ ଙ୍କ କୃପାବଳରେ ଲୋକଙ୍କ ଅଭିସାର ମାନଙ୍କର ସମାଧାନ କରନ୍ତି । ସେଥିରେ ସେମାନଙ୍କ ଶରୀରର କୌଣସି କ୍ଷତି ହୁଏ ନାହିଁ । ମାଆଙ୍କ ଚଳନ୍ତି ପ୍ରତିମା ସ୍ୱଋପ ଖଣ୍ତାଙ୍କୁ ଆମନ୍ତ୍ରଣ କରି ଅଣାଯାଏ । ସେଠି ପ୍ରୋକ୍ଷଣର ପରମ୍ପରା ମଧ୍ୟ ରହିଅଛି । ଚଳନ୍ତି ପ୍ରତିମାଙ୍କୁ ଗ୍ରାମ୍ୟ ପରିକ୍ରମାର ବିଧି ଥିଲେହେଁ କୋଭିଡ଼୍ କଟକଣା ଯୋଗୁଁ ସେୟା ସ୍ଥଗିତ ରଖାଯାଇଅଛି । ଅଗ୍ନିକୁମାରୀଙ୍କୁ ମଧ୍ୟ ଏହି ଉପଲକ୍ଷେ ଆବାହନା କରାଯାଏ । ପ୍ରତ୍ୟହ୍ଯ ଏହି ଉପଲକ୍ଷେ ସ୍ୱତନ୍ତ୍ର ପୂଜାର ଆୟୋଜନ ହୁଏ । ସେହି ଅଙ୍କୁରିତ ଶସ୍ୟଙ୍କୁ ଲୋକେ ସନ୍ତକ ଭାବେ ଘରକୁ ନେଇ ସାଇତା କରନ୍ତି । ଭାଦ୍ରବ ମାସ ଦ୍ୱାଦଶୀ ତିଥିରେ ଆବାହନ କରାଯାଇଥିବା ମାଁ ମଝିଘରିଆଣୀଙ୍କ ନଅ ଦିନ ବ୍ୟାପି ବାଲିଯାତ୍ରା ପର୍ବ ନିକଟରେ ଉଜ୍ଜାପନ ହେଇଯାଇଅଛି । ଅଞ୍ଚଳରେ କୃଷିର ଉନ୍ନତି ନିମନ୍ତେ ଏହି ପର୍ବ ପାଳନର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବାର ବିଶ୍ୱାସ ରହିଅଛି । @sandhannews.com

Related Posts

About The Author

Add Comment