ଝାରଖଣ୍ଡରେ ହେବ ହେମନ୍ତ ସୋରେନ ସରକାର !
ରାଉରକେଲା, ୨୩/୧୨ (ସନ୍ଧାନ ନିୟୁଜ) : ଝାରଖଣ୍ଡରେ ହେବ ହେମନ୍ତ ସୋରେନ ସରକାର। ସେ ହେବେ ନୂଆ ମୁଖ୍ୟମନ୍ତ୍ରୀ। ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡି ଏକାଠି ନିର୍ବାଚନ ଲଢି ବିଜେପିକୁ ଗାଦିଚ୍ୟୁତ କରିବାରେ ସକ୍ଷମ ହୋଇଛନ୍ତି। କେବଳ ବାକି ରହିଛି ଆନୁଷ୍ଠନିକ ଘୋଷଣା।
ହେମନ୍ତ ସୋରେନ ହେଉଛନ୍ତି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଆଦିବାସୀ ନେତା ଶିବୁ ସୋରେନଙ୍କ ପୁଅ। ସେ ଥିଲେ ଝାରଖଣ୍ଡ ବିଧାନସଭାର ବିରୋଧୀ ଦଳ ନେତା। ୧୯୭୫ ମସିହା ଅଗଷ୍ଟ ୧୦ରେ ରାମଗଡ଼ ଜିଲ୍ଲା ନେମ୍ରା ଗାଁରେ ଜନ୍ମ ଗ୍ରହଣ କରିଥିଲେ। ବାପାଙ୍କ ନାଁ ଶିବୁ ସୋରେନ ଓ ମା’ଙ୍କ ନାଁ ରୂପେଇ। ହେମନ୍ତ ମେକାନିକାଲ ଇଞ୍ଜିନିୟରିଂ କରିଥିବା କୁହାଯାଉଛି। କିନ୍ତୁ ୨୦୦୫ ଓ ୨୦୦୯ରେ ସେ ଦାଖଲ କରିଥିବା ସତ୍ୟପାଠରେ ଇଣ୍ଟରମେଡିଏଟ ପାସ ବୋଲି ଉଲ୍ଲେଖ କରିଛନ୍ତି।

Related Posts
About The Author