ଯାଜପୁର ସଦର, : ୪/୫/୨୬ (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତସ୍ତ ପାଲଟପୁର ଗ୍ରାମରେ ଅବସ୍ଥିତ ଜୟ ମା ମଙ୍ଗଳା ମନ୍ଦିରର ୧୨ ତମ ଜନ୍ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ଗ୍ରାମର ମହିଳା ମାନେ କଳସ ଶୋଭାଯାତ୍ରାରେ ଯାଇ କଳସ ବୁଡା କାର୍ଯ୍ୟ ଶେଷ ହେବା ପରେ ରୀତି ନିତି ଅନୁଯାଇ ଷୋଡଶ ଉପଚାର ପୂଜା ସହ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା | ଦିନ ତମାମ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଆଚାର୍ଯ୍ୟ ବୁନା ମିଶ୍ର ଓ ପୁସ୍ତକାଚାର୍ଯ୍ୟ ସନାତନ ମିଶ୍ର ଯଜ୍ଞ ଓ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ | ସେହିପରି ଯଜ୍ଞରେ କର୍ତ୍ତା ଭାବେ ସନ୍ଦୀପ୍ତ ଦାସ ଓ ତାଙ୍କ ଧର୍ମପତ୍ନୀ ସୁଶ୍ରୀ ସଂଗୀତା ଦାସ ସଂକଳ୍ପ କରିଥିଲେ |ଶହ ଶହ ସଂଖ୍ୟରେ ଭକ୍ତ ମାନେ ମା ମଙ୍ଗଳାଙ୍କ ଦର୍ଶନ କରିବା ଶହ ପ୍ରସାଦ ସେବନ କରି ସାନିଧ୍ୟ ଲାଭ କରିଥିବା ଦେଖିବା ପାଇଁ ମିଳିଥିଲା | କାର୍ଯ୍ୟକ୍ରମ ପରିଚାଳନାରେ ଶରତ ବେହେରା, ସୁବାସ ବେହେରା, ପୀତବାସ ବେହେରା, ଶ୍ରୀନିବାସ ବେହେରା, ସୁବ୍ରତ ବେହେରା, ବାବୁ ବେହେରା, ମୁନୁ ବେହେରା, ଟୁନୁ ବେହେରା, ଟିଟନ ବେହେରା, ଲିଟନ ବେହେରା, ଗୁଗୁ ବେହେରା ପ୍ରମୁଖ ସହଯୋଗ କରିଥିଲେ |
ଜୟ ମା ମଙ୍ଗଳା ମନ୍ଦିରର ୧୨ ତମ ଜନ୍ମ ବାର୍ଷିକ ଉତ୍ସବ
|
May 4, 2026 |



