ସୁନ୍ଦରଗଡ଼ ତା 0୫-୧0-୨0୨୫ରିଖ ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆଜି ଜିଲ୍ଲା ଲକ୍ଷେ ଘର ସମାଜ ତରଫରୁ ସୁନ୍ଦରଗଡ଼ (ଭବାନୀ ପୁର )ସଭା ଗୃହ ଠାରେ ନୁଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ହୋଇଯାଇଛି l ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ପ୍ରଫୁଲ୍ଲ ସୁନାନୀ ଙ୍କ ଅଧ୍ୟକ୍ଷତା ରେ ଉକ୍ତ ବୈଠକ ହୋଇଥିଲା l ଜିଲ୍ଲା ଲକ୍ଷେ ଘର ସମାଜ ସାଧାରଣ ସମ୍ପାଦକ ଶ୍ରୀ ଯୁକ୍ତ ଲଳିନ୍ଦ୍ର ସିଂ, କୋଷାଧକ୍ଷ ଶ୍ରୀ ଯୁକ୍ତ ଅରୁଣ ସେନ ତାଜନ, ଉପ ସଭାପତି ଶ୍ରୀ ଯୁକ୍ତ ବିଶ୍ୱମ୍ବର ମହାନନ୍ଦିଆ, ଲବଣି ଧର ବାଗ, ଅଲେଖ ମହାନନ୍ଦିଆ, ଓ ଉପଦେଷ୍ଟା କମିଟି ର ମେମ୍ବର ଶ୍ରୀ ରୋହିତ ମହାନନ୍ଦିଆ, ଅଭିରାମ ପୋଢ଼, ଡାକ୍ତର ମନୋଜ ବାଦୀ, ଭୋଜରାଜ ସିଂ, ରାଧେଶ୍ୟାମ ଗରଡ଼ିଆ ଆଇନ ପରାମର୍ଶ ଦାତା ଓକିଲ ଶ୍ରୀ ମିଥୁନ କୁମାର ମହାନନ୍ଦିଆ, ଛାତ୍ର ସଭାପତି ଶ୍ରୀ ଘନଶ୍ୟାମ ସାଗର, ଯୁବ ସଭାପତି ଶ୍ରୀ ଭରତ ବାଗ ସହିତ ସମସ୍ତ ବ୍ଲକ ର ସଭାପତି ସମ୍ପାଦକ ଉପଦେଷ୍ଟା କମିଟି ର ସଦସ୍ୟ ଉପସ୍ଥିତ ଥିଲେ l ସର୍ବ ପ୍ରଥମେ ଗତ ମାସ ଅଧିବେଶନ ର ପାଠ କରାଯାଇଥିଲା l ସମସ୍ତ ଙ୍କ ମତାମତ ନେଲା ପରେ ଆସନ୍ତା ୨୬ତାରିଖ ଦିନ ସୁନ୍ଦରଗଡ଼ ମାଦ୍ରୀ କାଲୋ ଭବନ ଠାରେ ଏ ବର୍ଷ ର ନୂଆଁଖାଇ ଭେଟଘାଟ କରିବା ପାଇଁ ଦିନ ଧାର୍ଯ୍ୟ କରିବା ସଙ୍ଗେ ଅର୍ଥ ସଂଗ୍ରହ ର ବିଷୟ ବିଚାର କରାଗଲା l
ଜିଲ୍ଲା ଲକ୍ଷେ ଘର ସମାଜ ତରଫରୁ ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ l
|
October 6, 2025 |



