ସୁନ୍ଦରଗଡ ତା:୮/୬/୨୦୨୫( ସନ୍ଧାନ ନ୍ୟୁଜ/ରାଜୁ ପଟେଲ ) ଲୋକଙ୍କ ସୁରକ୍ଷା କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଆରକ୍ଷୀ ବିଭାଗ ସତର୍କତା ଅବଲମ୍ବନ କରି ଯାନବାହାନ ଚେକିଙ୍ଗ ସୁଦୃଢ଼ କରିବାରେ ଲାଗିଛି ।ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଚେକୀଙ୍ଗ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ବେଳେ ରାଜ୍ୟ ରାଜପଥ ୧୦ ସହିତ ଜିଲ୍ଲାର କୋଣ ଅନୁକୋଣ ରେ ଦୁର୍ଘଟଣା ସହିତ ମୃତ୍ୟୁର ହାର ବଢିବାରେ ଲାଗିଛି । ରୀତିମତ ଭାବରେ ବାଇକ୍ ସହିତ ଟ୍ରକ୍, ଟ୍ରକ୍ ସହିତ ବୋଲେରୋ, ବାଇକ୍ ସହିତ ସ୍କୁଟି ଲାଗିରହିଥିବା ଦେଖିବାକୁ ମିଳୁଛି । ପ୍ରଶାସନ କାର୍ଯ୍ୟ ଜଣାପଡିଛି ଯେପରି ଟଙ୍କା ପାଇଁ,ଜନସାଧାରଣଙ୍କ ଜୀବନର ମୂଲ୍ୟ କିଛି ନାହିଁ । ଯାନବାହାନ ସୁରକ୍ଷା ପାଇଁ ପରିବହନ ବିଭାଗ ତାର ପ୍ରକୃତ ମୂଲ୍ୟ ଭୁଲିଯାଉଥିବା ବେଳେ ସାଧାରଣ ଜନତାଙ୍କ ଜୀବନ ସଙ୍କଟରେ ରହୁଥିବା ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇବାରେ ଲାଗିଛି। ଭାରିଯାନର ଅନୁକରଣର ପ୍ରକୃତ ନୀତିର ଫସର ଫାଟୁଥିବା ବେଳେ ଏସବୁ ଦୁର୍ଘଟଣା ଘଟୁଥିବା ଜିଲ୍ଲାର ସାଧାରଣ ଜନତା ପ୍ରକାଶ କରିଥିବା ଜଣାପଡିଛି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ସହିତ ଆରକ୍ଷୀ ବିଭାଗ ଏଥିପ୍ରତି ବିଶେଷ ଦୃଷ୍ଟି ନ ଦେଲେ ରୀତିମତ ଜୀବନ ହାନି ହେବାର ଆଶଙ୍କା ହେଉଥିବା ବେଳେ ତାର ସ୍ଥାୟୀ ସମାଧାନ ପାଇଁ ଦାବି ହେଉଥିବା ଜଣାପଡିଛି ।