ଜିଲ୍ଲା କଳା ଓ କ୍ରୀଡା ଶିକ୍ଷକସଂଘ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Spread the love
  •  
  •  
  •  
  •  
  •  

ସୁନ୍ଦରଗଡ ତା:୭/୯/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ଜିଲାରେ ୨୦୧୩ ମସିହାରୁ କାର୍ଯ୍ୟ କରି ଆସୁଥିବା କଳା ଓ କ୍ରୀଡା ଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ପାଇଁ କୌଣସି ପଦକ୍ଷେପ ଆଜିପର୍ଯ୍ୟନ୍ତ ନିଆଯାଇ ନାହିଁ । ଅସ୍ଥାୟୀ ଶିକ୍ଷକଙ୍କୁ ନିଯୁକ୍ତି ସହ କଣ୍ଟ୍ରାକଚୁଆଲ କରି ଆବଶ୍ୟକ ବେତନ ସହ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ଗଣଶିକ୍ଷା ବିଭାଗ ତରଫରୁ କିଛି ପ୍ରତିକ୍ରିୟା ମିଳିପାରି ନାହିଁ । ଏହା ଫଳରେ ଉକ୍ତ ଶିକ୍ଷକଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଚାଲିଯିବାର ଚିତ୍ରସାମ୍ନାକୁ ଆସିଛି । ମାତ୍ର ୫୪୫୨ ଟଙ୍କା ଦରମାରେ ଶିକ୍ଷକ ପରିବାର ପ୍ରତିପୋଷଣ କରିବା ସମ୍ଭବପର ନ ହେବା ଅଭିଯୋଗ ଆସୁଥିବା ବେଳେ ଏହି କଳା ଓ କ୍ରୀଡା ଅସ୍ଥାୟୀ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ସହ ଶିକ୍ଷକଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ସହିତ ବ୍ଲକର ସମସ୍ତ ଶିକ୍ଷା ଅଧିକାରୀଙ୍କୁ ଏହା ପ୍ରଦାନ କରାଯିବା ସହିତ ସୁନ୍ଦରଗଡ ବିଧାୟିକା, ତଲସରା ବିଧାୟକ ଓ ରାଜଗାଙ୍ଗପୁର ବିଧାୟକ ଙ୍କୁ ମଧ୍ୟ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

Related Posts

About The Author

Add Comment