ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଜନପ୍ରତିନିଧି ପାଲଟିଛନ୍ତି ଠିକାଦାର, ଜିଲ୍ଲା ପ୍ରଶାସନ ନିଦ୍ରାରେ

Spread the love

ସୁନ୍ଦରଗଡ ତା:୫/୪/୨୦୨୫ରିଖ (ସନ୍ଧାନ ନ୍ୟୁଜ ) ସର୍ବ ସାଧାରଣ ଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ର ସମସ୍ତ ବ୍ଲକ ସହିତ ପଞ୍ଚାୟତ ରେ ସରପଞ୍ଚ,ସମିତି ମେମ୍ବର, ୱାର୍ଡ ମେମ୍ବର ଙ୍କୁ ଭୋଟ ଦେଇ ଲୋକଙ୍କ ହିତ କରିବା ପାଇଁ ଚୟନ କରାଯାଇଥାଏ l କିନ୍ତୁ ଦୁଃଖର ବିଷୟ ଯେଉଁ ମାନେ ପ୍ରତିନିଧି ହୋଇ ପଂଚାୟତ ତଥା ବ୍ଲକ ର ଦାୟିତ୍ୱ ନେଇ ସର୍ବ ସାଧାରଣ ଙ୍କ ସମସ୍ୟା ବୁଝିବା କଥା ହେଲେ ସେମାନେ କିଛି ନ ବୁଝି ନିଜ ସ୍ବାର୍ଥ ପାଇଁ କାମ କରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି l ବ୍ଲକ ସହିତ ପଞ୍ଚାୟତ ଅନୁଗ୍ରହିତ ପ୍ରତ୍ୟେକ କାର୍ଯ୍ୟ ଜନପ୍ରତିନିଧି ନିଜ ଅକ୍ତିଆର ରେ ନେଇ କାର୍ଯ୍ୟକ୍ରମ କରୁଥିବା ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଥିବା ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇବାରେ ଲାଗିଛି । ଜିଲ୍ଲାର ଅନେକ ବ୍ଲକ୍ରୁରୁ ଏସବୁ ଅଭିଯୋଗ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ଚୁପ୍ ହୋଇ ରହିବା ଜନସାଧାରଣଙ୍କ ପାଇଁ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ଜନ୍ ପ୍ରତିନିଧିଙ୍କ ସ୍ବାର୍ଥ ପରତା ଅନେକାଂଶରେ ଅଞ୍ଚଳର ବିକାଶର ଧାରା କୁ ବାଧା ସୃଷ୍ଟି ହେଉଥିବା ଯୋଗୁଁ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଭାଳେଣି ପଡ଼ୁଥିବା ଦେଖିବାକୁ ମିଳୁଛି। ଦେଖିବାକୁ ବାକି ରହିବ ଆଗାମୀ ଦିନରେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଲୋକଙ୍କ ବିକାଶ ପାଇଁ କେବେ ଦୃଷ୍ଟି ଦେବେ ।

Related Posts

About The Author

Add Comment