ଜିଲ୍ଲାରେ ନିରନ୍ତର ବିକାଶର କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା:୧୭/୧୦/୨୦୨୫(ସନ୍ଧାନ ନ୍ୟୁଜ) ଆଜି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଷ୍ଟେନେବଲ୍ ଡେଭେଲପମେଣ୍ଟ ଗୋଲ୍ ବା ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ଏକ ଜିଲ୍ଲା ସ୍ତରୀୟ କାର୍ମଶାଳା ଅନୁଷ୍ଠିତ ହୋଇଥିଲା। ସଂସ୍କୃତି ଭବନରେ ଆୟୋଜିତ ଏହି କର୍ମଶାଳାରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ବିଜ୍ଞାନ ମେଳା ନୋଡ଼ାଲ୍ ଅଧିକାରୀମାନେ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ନିରନ୍ତର ବିକାଶ ଲକ୍ଷ୍ୟ ଅଧିନସ୍ଥ ୧୭ ଗୋଟି ଲକ୍ଷ୍ୟ, ତତ୍ସମ୍ବନ୍ଧୀତ ୧୬୯ ଗୋଟି ଟାର୍ଗେଟ ଏବଂ ଏହି ଟାର୍ଗେଟ ମାନଙ୍କ ସହ ଜଡ଼ିତ ୩୧୧ ଇଣ୍ଡିକେଟର ବା ସୂଚକାଙ୍କ ସମ୍ପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ବ୍ଲକ ଶିକ୍ଷା ଅଧିକାରୀ,ବ୍ଲକ ବିଜ୍ଞାନ ମେଳା ନୋଡ଼ାଲ୍ ଅଧିକାରୀ, ଜିଲ୍ଲା ଯୋଜନା କାର୍ଯ୍ୟାଳୟର ସହକାରୀ ଓ ଉପ ନିର୍ଦ୍ଦେଶକ, ଓ ଆରଏମଏଏସ ର ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

Related Posts

About The Author

Add Comment