ଜିଲ୍ଲାରେ ‘ଦୁଗ୍ଧ ଶୀତଳୀକରଣ କେନ୍ଦ୍ର’ ର ଶୁଭାରମ୍ଭ

Spread the love

ସୁନ୍ଦରଗଡ ତା:୩/୧୧/୨୦୨୫(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁରରେ ଜିଲ୍ଲାର ପ୍ରଥମ ‘ଦୁଗ୍ଧ ଶୀତଳୀକରଣ କେନ୍ଦ୍ର’ ମାନ୍ୟବର ତଳସରା ବିଧାୟକ ତଥା ଉପ-ବାଚସ୍ପତି ଓଡ଼ିଶା ବିଧାନସଭା ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇଙ୍କ ଦ୍ଵାରା ଉଦ୍ଘାଟିତ ହେବା ସହିତ ନୂତନ ଦୁଗ୍ଧମାର୍ଗ ଏବଂ ୬ ଗୋଟି ଦୁଗ୍ଧ ସମବାୟ ସମିତିର ମଧ୍ୟ ଶୁଭାରମ୍ଭ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ଅତିଥିମାନେ ଯୋଗ ଦେଇ, ଦୁଗ୍ଧ ଚାଷୀ କିଭଳି ଗୋ-ପାଳନ ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରିବେ। ଚାଷୀଙ୍କ ଆୟ କିଭଳି ବୃଦ୍ଧି ପାଇବ ସେନେଇ ଆଲୋଚନା କରିବା ସହିତ ଶୀତଳୀକରଣ କେନ୍ଦ୍ର ଦ୍ୱାରା ଅଞ୍ଚଳର ଅନେକ ଦୁଗ୍ଧ ଚାଷୀ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଶ୍ରୀ ସୁରଞ୍ଜନ ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ, ଓମଫେଡ ର ଜିଏମ, ବିଡ଼ିଓ, ତହସିଲଦାରଙ୍କ ସମେତ ଦୁଗ୍ଧ ଚାଷୀମାନେ ଉପସ୍ଥିତ ଥିଲେ ।

Related Posts

About The Author

Add Comment