ଜିଲ୍ଲାପାଳଙ୍କ ଏୟାଷ୍ଟ୍ରିପ ନିର୍ମାଣ ସ୍ଥଳ ପରିଦର୍ଶନ ବିସ୍ଥାପିତ ପରିବାରଙ୍କ ସହିତ ଆଲୋଚନା

Spread the love
  •  
  •  
  •  
  •  
  •  

ମାଲକାନଗିରି, ୦୮/୦୭/୨୦୨୧ (ସନ୍ଧାନ ନିଉଜ) : ମାଲକାନଗରି ଜିଲ୍ଲାର ନୂତନ ଜିଲ୍ଲାପାଳ ବିଶାଲ ସିଂ ମାଲକାନଗିରି ବ୍ଲକ କଟେଲଗୁଡା ଗ୍ରାମ ଠାରେ ନିର୍ମାଣଧିନ ଏୟାଷ୍ଟ୍ରିପ ସ୍ଥଳ ପରିଦର୍ଶନ କରି ବିସ୍ଥାପିତ ପରିବାର ଙ୍କ ସହିତ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସିଂ ନିର୍ମାଣଧିନ ଏୟାଷ୍ଟ୍ରିପ ସ୍ଥଳରେ ଚାଲିଥିବା କାମ ବୁଲି ଦେଖିଥିଲେ,ବିସ୍ଥାପିତ କଟେଲଗୁଡା ଗ୍ରାମବାସୀ ଙ୍କ ଥଇଥାନ ପାଇଁ ନିର୍ମାଣ କରାଯାଇ ଥିବା ଗୃହ,ରାସ୍ତା ଓ ଅନ୍ୟାନ କାମର ସମୀକ୍ଷା କରି ଗ୍ରାମବାସୀଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ ।ବିସ୍ଥାପିତ ପରିବାରଙ୍କୁ ଯେପରି ଖୁବଶିଘ୍ର ଥାଇଥାନ କରାଯାଇ ଗୃହ ଯୋଗାଇଦିଆ ଯିବ ଓ ଏୟାଷ୍ଟ୍ରିପ ନିର୍ମାଣ କାମ କୁ ତ୍ୱରାନିତ କରାଯିବ ସେନେଇ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଜିଲ୍ଲାପାଳଙ୍କ ସହିତ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ତହସିଲଦାର ଡ.ଗୁଣ ନିଧିନାୟକ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଆଜି କୋରକୁଣ୍ଡା ବ୍ଲକ ଗସ୍ତ କରି ସେଠାରେ ଚିଲିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସମୀକ୍ଷାକରିଛନ୍ତି ।

Related Posts

About The Author

Add Comment