ସୁନ୍ଦରଗଡ ତା:୧୭/୫/୨୦୨୫( ସନ୍ଧାନ ନ୍ୟୁଜ/ ଶୁଭ୍ରାଂଶୁ ପଣ୍ଡା) ଗତ କାଲି ସନ୍ଧ୍ୟା ସମୟରେ ଜିଲ୍ଲା ସଂସ୍କୃତି ଭବନରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ପୁସ୍ତକରେ ଗୋଟିଏ ମାଆ ଓ ଝିଅର ଧର୍ଯ୍ୟ ର କାହାଣୀ ବିଷୟ ରେ ଲୋକଙ୍କ ପାଖେ ପହଞ୍ଚାଇବାର ଏକ ନୂତନ ପ୍ରୟାସ କରାଯାଇଛି । ଏହି ପୁସ୍ତକର ନା ସ୍ମୃତିରେ ସଂସ୍କୃତି ରହିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଟେଲ ଦୀପ ପ୍ରଜ୍ଵଲନ କରି କାର୍ଯ୍ୟର ଶୁଭାରମ୍ଭ କରିଥିବା ବେଳେ ମୁନସିପାଲଟି ଚୟାରମେନ ତନୟା ମିଶ୍ର, ସମାଜ ସେବୀ ଯଶୋବନ୍ତ ନାଏକ ସହିତ ସୁନ୍ଦରଗଡ ରୋଟାରୀ କ୍ଲବ ର ସଭାପତି ଶ୍ରୀଯୁକ୍ତ ଦିଲୀପ ପଟେଲ ଯୋଗ ଦେବା ସହିତ କବି, ଲେଖକ,ଲେଖିକା ସହିତ ଅନେକ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ ।
ଜିଲା ସଂସ୍କୃତି ଭବନରେ “ସ୍ମୃତିରେ ସଂସ୍କୃତି “ପୁସ୍ତକ ଉନ୍ମୋଚନ
|
May 17, 2025 |
