ଜଳଛାୟା ପ୍ରକଳ୍ପ ପକ୍ଷରୁ ଅର୍ଥ ହଡପ୍, ଜିଲାପାଳଙ୍କୁ ଅଭିଯୋଗ ସ୍ୱୟଂସହାୟିକା ଗୋଷ୍ଠିକୁ ଢାଲ, ସଂପାଦିକାକୁ ହାତକରି ଜମାଖାତାରୁ ଟଙ୍କା ଉଭାନ

Spread the love

ରସୁଲପୁର,୧୧/୦୩,(ସନ୍ଧାନ ନିୟୁଜ) ରସୁଲପୁର ବ୍ଲକରେ ଜଳଛାୟା ବିଭାଗର ବିବାଦ ପିଛା ଛାଡୁନି । କାର୍ଯ୍ୟରେ ଅନିୟମିତା, ପ୍ରକଳ୍ପ କାର୍ଯ୍ୟକାରୀ ସମୟରେ ଆଇନ କାନୁନ୍ ପ୍ରତି ଆଖିବୁଜି ଦେବା । କମିଟି ଗଠନରେ ଅନିୟମିତତା ପ୍ରଦର୍ଶନ କରିବା ଭଳି ସାଂଘାତିକ ଅଭିଯୋଗ ବିଭାଗ ନାଁରେ ରହିଆସୁଛି । ଏବେ ସ୍ୱୟଂ ସହାୟିକା ଗୋଷ୍ଠିକୁ ଢାଲକରି ବିଭାଗ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଭଳି ଆଉ ଏକ ନୂଆ ଅଭିଯୋଗ ବିଭାଗ ନାଁରେ ଯୋଡି ହୋଇଯାଇଛି । ଗୋଷ୍ଠି ସଂପାଦିକାକୁ ଢାଲକରି ବିଭାଗ ପ୍ରତ୍ୟେକ ସଦସ୍ୟଙ୍କ ନାଁରେ ୨ହଜାର ଟଙ୍କା ଲଖାଏଁ ଉଠାଇ ନେଇଛି । ଏ ସଂପର୍କରେ ସଭାପତି ଓ ସଦସ୍ୟମାନଙ୍କୁ ଅନ୍ଧାରରେ ରଖାଯାଇଛି । ଏଭଳି ଘଟଣା ଏହି ବ୍ଲକ ଅନ୍ତର୍ଗତ ଭୋଟକା ପଂଚାୟତରେ ଘଟିଛି । ପଂଚାୟତର ଭୋଟକା ଗ୍ରାମର ୫ଟି ଗୋଷ୍ଠି ନାଁରେ ଟଙ୍କା ହଡପ ହୋଇଛି ବୋଲି କୁହାଯାଉଛି । ଏ ନେଇ ବାବା ବିଶ୍ୱନାଥ ସ୍ୱୟଂସହାୟକ ଗୋଷ୍ଠି ପକ୍ଷରୁ ଆଜି ଯାଜପୁର ଜିଲାପାଳ ଓ ଜିଲା ଜଳଛାୟା ପ୍ରକଳ୍ପ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଆସିବା ପରେ ବିଭାଗର ପ୍ରକୃତ ପରିଚୟ ପଦାରେ ପଡିଯାଇଛି । ଏ ଦିଗରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।
ଅଭିଯୋଗରୁ ଜଣାଯାଏ ଭୋଟକା ପଂଚାୟତରେ ପ୍ରଧାନମନ୍ତ୍ରୀ କୃଷି ସଂଚାୟି ଯୋଜନାରେ ପୋଖରୀ ଖନନକରି ଚାଷ ଜମିକୁ ପାଣି ଯୋଗାଯିବ । ଏଥି ସହ ପୋଖରୀରେ ମାଛ ଚାଷକରି କୃଷକ ଓ କୃଷି ପରିବାରକୁ ସମୃଦ୍ଧ କରାଯିବାକୁ ନେଇ ଯୋଜନା ପ୍ରସ୍ତୁତ ହେଉଛି । ଏହି ଯୋଜନା ପଂଚାୟତରେ ବାଟବଣା ହେଉଛି । ଭୋଟକା ଗ୍ରାମର ଜଳଧର ପାଟରୁ ମୂଳ ଖରସ୍ରୋତା ନଦୀକୁ ବହି ଯାଉଥିବା ବର୍ଷାଜଳ ପାଇଁ ଉଦିଷ୍ଟ ବଡ ନାଳରୁ ଅଳିଆ, ଆବର୍ଜାନ ଓ ଅନାବନା ଗଛକୁ ସଫା କରାଯାଇ ଟଙ୍କା ହଡପ କରାଯାଉଛି । ନାଳରେ ପୂର୍ବରୁ ଥିବା ଏକ ଆଡି ବନ୍ଧକୁ ମରାମତି କରାଯାଇ ଟଙ୍କା ହଡପ କରାଯାଇଛି । ଏହି ନାଳରେ ବିଭାଗ ଏକାଧିକବାର କାର୍ଯ୍ୟକରି ଟଙ୍କା ହଡପ କରିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ନାନା ସମୟରେ ଅଭିଯୋଗ ହୋଇଛି । ଏହାଛଡା ଶୁଖିଲା ନାଳରେ ମାଛ ଚାଷ କରିବା ପାଇଁ ବିଭାଗ ପକ୍ଷରୁ ପ୍ରାୟସ କରାଯାଇଛି । ଏହି କାର୍ଯ୍ୟ ପାଇଁ ସ୍ୱୟଂସହାୟିକା ଗୋଷ୍ଠିକୁ ବ୍ୟବହାର କରାଯାଇଛି । ମହିଳାମାନଙ୍କୁ ସ୍ୱାବାଲମ୍ବି କରିବା ସହ ପରିବାରର ଆର୍ଥôକ ସ୍ଥିତିକୁ ସୁଦୃଢ କରିବା ପାଇଁ ରହିଥିବା ନିୟମ ଲକ୍ଷ୍ୟଚୁ୍ୟତ ହୋଇଛି । ପ୍ରତ୍ୟେକ ଗୋଷ୍ଠିର ସଦସ୍ୟ ପିଛା ୨ହଜାର ଟଙ୍କା ଲେଖାଏଁ ଅନୁ୍ୟନ ୨୦ ହଜାରରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରାଯାଇଛି । ଉକ୍ତ ଅର୍ଥ ଗୋଷ୍ଠିର ସଭାପତି ଓ ସଦସ୍ୟଙ୍କ ଅଗୋଚରରେ କରାଯାଇଛି । ଏ ନେଇ ବିଭାଗ ପକ୍ଷରୁ ଗୋଷ୍ଠିଙ୍କୁ ଅବଗତ କରାଯାଇ ନାହିଁ । ମାତ୍ର ଗୋଷ୍ଠିର ସଦସ୍ୟମାନେ ଜାଣିବା ପରେ ଏ ନେଇ ବିଭାଗ ସହ ପରାମର୍ଶ କରିବାରେ ସେମାନଙ୍କୁ କୌଣସି ସହଯୋଗ କରାଯାଇନାହିଁ । ଏତାଦୃଶା ଆଚରଣ ବିଭାଗୀୟ ଅଧିକାରୀଙ୍କ ଭୂମିକାକୁ ସନେ୍ଦହ ଘେରକୁ ଟାଣିଆଣୁଛି । ଘଟଣାକ୍ରମେ ଗୋଷ୍ଠିର ସଭାନେତ୍ରୀ ଓ ସଦସ୍ୟମାନେ ନିରାଶ ହୋଇ ଜିଲାପାଳ ରଂଜନ କୁମାର ଦାସ ଓ ଜିଲା ଜଳଛାୟା ପ୍ରକଳ୍ପ ଅଧିକାରୀ ରଂଜିତ ଦାସଙ୍କୁ ଅଭିଯୋଗ କରିଛନ୍ତି । ଏଥି ପର୍ବରୁ ବିଭାଗ ନାଁରେ ନାନା ଅଭିଯୋଗ ହୋଇଆସୁଛି । ମାତ୍ର ପ୍ରକଳ୍ପ ଅଧିକାରୀଙ୍କ ବିରୁଦ୍ଧରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଚଳିତଥର ବି ସମାନ ସ୍ଥିତି ଉପୁଯିପାରେ ବୋଲି ସନେ୍ଦହ କରାଯାଉଛି । ନ୍ୟାୟ ପାଇବାକୁ ନେଇ ଅଭିଯୋଗକାରୀଙ୍କ ମନରେ ସନେ୍ଦହ ଉପୁଯିଛି ।

Report- Jagamohan Rout

Share and Subscribe 

Related Posts

About The Author

Add Comment