ଯାଜପୂର ସଦର/ସନ୍ଧାନ ନ୍ୟୁଜ : ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟ , ଅଭିମନ୍ୟୁବାଲିଆ ପରିସରରେ ଶିଶୁ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିଶୁ ସାହିତ୍ୟିକ ଡ.ଅଜୟ କୁମାର ଜେନାଙ୍କୁ ସେବା ନିବୃତ୍ତ କର୍ମଚାରୀ ସଂଘ ଓ ଉଭୟ ମହାବିଦ୍ୟାଳୟ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶନିବାର ଅପରାହ୍ନରେ ମହାବିଦ୍ୟାଳୟ ପରିସରରେ ସଂଘ ପକ୍ଷରୁ ଗଗନ ବିହାରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ତଥା ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବେଣୁଧର ପତି, ସମ୍ମାନିତ ଅତିଥିଭାବେ +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜିତେନ୍ଦ୍ର କୁମାର ଦାଶ ଓ +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧିର କୁମାର ରାଉତ ଯୋଗ ଦେଇ ଡଃ. ଜେନାଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ପ୍ରକାଶ କରିଥିଲେ । ଏହି ଅବସରରେ କର୍ମଚାରୀ ସଂଘ, ଦୁଇ ମହାବିଦ୍ୟାଳୟ ପକ୍ଷରୁ ଡଃ.ଜେନାଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଡଃ. ଜେନା ଗାଁ ମାଟିରେ ଏବଂ ନିଜ ଶିକ୍ଷାନୁଷ୍ଠଶନରେ ପ୍ରଦାନ କରାଯାଇଇଥିବା ସମ୍ବର୍ଦ୍ଧନା କୌଣସି ବିଶ୍ୱ ସ୍ତରୀୟ ସମ୍ବର୍ଦ୍ଧନା ଠାରୁ କମ୍ ନୁହେଁ ବୋଲି କହିଥିଲେ । ସେବା ନିବୃତ୍ତ କର୍ମଚାରୀ ସଂଘର ସଭାପତି ଗୋପବନ୍ଧୁ ଦାସଙ୍କ ପରାମର୍ଶ କ୍ରମେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବଳରାମ ପଣ୍ଡା, ମକର ଚରଣ ଘଡାଇ, କପିଳ ଚରଣ ସାମଲ, ବଟକୃଷ୍ଣ ସେଠୀ, ଗୁନ ଚରଣ ନାୟକ, ନଟବର ଜେନା, ଅନନ୍ତ ଚରଣ ମଲିକ, ଶୁକଦେବ ସାହୁ, ହରିଶ୍ଚନ୍ଦ୍ର ଦାସ, ବିଶ୍ୱନାଥ ଭୂୟାଁ, ସୁଶାନ୍ତ କୁମାର ସେନାପତି, ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ, ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା, ମହାବିଦ୍ୟାଳୟର କର୍ମଚାରୀ ପ୍ରମୋଦ କୁମାର ଜେନା, ବଙ୍ଗାଳି ଚରଣ ବାରିକ, ପ୍ରଫୁଲ ମଲ୍ଲିକ, ପ୍ରତାପ ମଲିକ, ସୁଧାଂଶୁ ଶେଖର ଜେନା, ଗଣମାଧ୍ୟମ ପ୍ରତିନିଧି ଚୈତନ୍ୟ ଚରଣ ଜେନା, ପ୍ରଦିପ କୁମାର ମହାରଣା, ପ୍ରଶାନ୍ତ କୁମାର କବି ଓ ସନ୍ତୋଷ କୁମାର ରାଉତ, ପ୍ରମୁଖ ଯୋଗ ଦେଇଥିଲେ ।
ଜନ୍ମ ମାଟିରେ ଡଃ. ଅଜୟ ଜେନାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଶିଶୁ ସାହିତ୍ୟିକ ଡଃ. ଅଜୟ ଜେନାଙ୍କୁ ସମ୍ବର୍ଦ୍ଧନା
|
August 26, 2024 |