ଜନ୍ମମାଟିରେ କାଳଜୟୀ ସ୍ରଷ୍ଟା ବୈଷ୍ଣବପାଣିଙ୍କ ୧୩୯ ତମ ଜୟନ୍ତୀ ପାଳିତ

Spread the love
ମାହାଙ୍ଗା, ୨୦/୧୦ (ସନ୍ଧାନ ନିଉଜ)  ଓଡ଼ିଆ ଗୀତିନାଟ୍ୟ ଜଗତର ମଉଡମଣୀ, ପ୍ରଖ୍ୟାତ ସାରସ୍ୱତ ସାଧକ, ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ କଟକ ଜିଲ୍ଲାର କୋଠପଦା ଠାରେ ଆଜି ପାଳିତ  ହୋଇଯାଇଛି ! ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ମାହାଙ୍ଗା ଅନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବକୁ  ଆଇନିମନ୍ତ୍ରୀ ପ୍ରତାପ ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ ! ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା କହିଲେ -କାଳଜୟୀ ସ୍ରଷ୍ଟା ବୈଷ୍ଣବ ପାଣିଙ୍କ ସାହିତ୍ୟରେ ମେହେନତି ମଣିଷର ସ୍ୱର ଅଧିକରୁ ଅଧିକ ଶାଣିତ ! ଅର୍ଦ୍ଧ ଶତକରୁ ଉର୍ଦ୍ଧ୍ଵ ସମୟ ଧରି ଗଣକବିଙ୍କ ଜୟନ୍ତୀ, ସାହିତ୍ୟିକ ସଭା ଓ ଗୀତିନାଟ୍ୟ ପ୍ରଦର୍ଶନ ଗଣପର୍ବରେ ପରିଣତ ହୋଇ ପାରିଛି ! ରାଜ୍ୟର କୋଟିକୋଟି ଜନତାଙ୍କ ହୃଦୟକୁ ଛୁଇଁ ପାରିଛି ବୈଷ୍ଣବ ପାଣିଙ୍କ ନାଟକ ଓ ସାହିତ୍ୟ ! ମଞ୍ଚଅଭିନେତା ସୁବାଷ ବେହେରା ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ! ମୁଖ୍ୟବକ୍ତା ଭାବେ ସୁସାହିତିକ ଗବେଷକ ଡକ୍ଟର ଅଜିତ କୁମାର ମହାପାତ୍ର ଯୋଗଦେଇ ପାଣିସାହିତ୍ୟର ବହୁ ଅନାଲୋଚିତ ଦିଗ ଉପରେ ଆଲୋକପାତ କରିଥିଲେ ! ସମ୍ମାନିତ ଅତିଥି ଭାବେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା, ସାହିତ୍ୟିକ ଅଖିଳେଶ ମହାନ୍ତି, ସମାଜସେବୀ ରାଧାନାଥ ରାଉତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ! ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ସଂସଦର ସଂପାଦକ ହୃଷିକେଶ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ! ଏହି ଅବସରରେ ଡକ୍ଟର ଅଜିତ ମହାପାତ୍ରଙ୍କ ଲିଖିତ ପୁସ୍ତକ “ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ଏକ ସମାଜ ଶାସ୍ତ୍ରୀୟ ଅଧ୍ୟୟନ”କୁ ମନ୍ତ୍ରୀ ଶ୍ରୀ ଜେନା ଉନ୍ମୋଚନ କରିଥିଲେ ! ସେହିପରି ଶିକ୍ଷାବିତ ଅକ୍ଷୟ କୁମାର ଷଢଙ୍ଗୀଙ୍କ ୨ ଖଣ୍ଡ ପୁସ୍ତକ “ଆସ ବୁଲିଯିବା ପର୍ଯ୍ୟଟନ କ୍ଷେତ୍ର” ଓ “ସଚିତ୍ର ବିଜ୍ଞାନ ଓ ବୈଜ୍ଞାନିକ” ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ! ଏହି ସାରସ୍ୱତ ସମାରୋହକୁ ସର୍ବଶ୍ରୀ ରାମଚନ୍ଦ୍ର ମହାପାତ୍ର, ପନଂଗ ଭୂଷଣ ଦାସ,ହେମନ୍ତ ପ୍ରଧାନ, ଗଣେଶ ବିହାରୀ,ଲକ୍ଷ୍ମୀଧର ବେହେରା, ରଘୁନାଥ ଜେନା, ଜଗନ୍ନାଥ ନାୟକ, ସୁଧାଂଶୁ ଶେଖର ପାଣି,ଅନନ୍ତ ସାହୁ,ରମାକାନ୍ତ ପଣ୍ଡା, ଦୀପକ ଦାସ,ପ୍ରମୁଖ ପରିଚାଳନା କରିଥିଲେ !

Related Posts

About The Author

Add Comment