ଭୂବନେଶ୍ୱର, ୧୫/୦୮/୨୦୨୧ (ସନ୍ଧାନ ନିୟୁଜ) ଭାରତର ଜାତୀୟ ସଂଗୀତ ଜନ ଗଣ ମନ ଅଧିନାୟକ ଜୟ ହେ । ହେଲେ ଏହାକୁ ଜାତୀୟ ସଂଗୀତ କିପରି ଓ କାହିକିଁ କରାଗଲା ତାହା ହୁଏତ ଭାରତୀୟ ମାନେ ଜାଣିନଥିଲେ । ଜାଣିଲେ ହୁଏତ ସମସ୍ତ ଭାରତୀୟ ମାନଙ୍କ ପାଦତଳୁ ମାଟି ଖସିଯିବ । ଏହା ସମସ୍ତ ଭାରତୀୟ ମାନଙ୍କ ପାଇଁ ଅପମାନ ସଦୃଶ୍ୟ । ଭଲ ଭାବରେ ସମସ୍ତେ ଏହି ଜାତୀୟ ସଂଗୀତ ଅର୍ଥକୁ ବିଝିବାକୁ ଚେଷ୍ଟା କରୁନ୍ତୁ । ୧୯୧୧ ମସିହାରେ ଇଂଲଣ୍ଡର ରାଜା ଜର୍ଜ ପଂଚମଙ୍କ ଶୃତି କରିବା ପାଇଁ ଜନଗଣ ମନ ଅଧିନାୟକ ସଂଗୀତ ଲେଖିବା ସହିତ ଏହାକୁ ଗାନ କରିଥିଲେ । ଏହା ପୁର୍ବରୁ ରାଣୀ ଏଲିଜାବେଥ୍ଙ୍କ ଦିଲ୍ଲୀ ଆସିଥିବା ବେଳେ ଏହି ଗୀତ ଗାନ କରାଯାଇଥିଲା । ଏହାର ଅର୍ଥ ଥିଲା ଭାରତର ଜନଗଣ ମନ ସବୁର ଅଧିନାୟକ ହେଉଛନ୍ତି ଜର୍ଜ ପଂଚମ । ପଞ୍ଜାବ ସିନ୍ଦୁ ଗୁଜୁରାଟ ମରାଟ, ଦାବ୍ରିଡ ଉତ୍କଳ ବଙ୍ଗ ତବ ସୁବ ନାମେ ଜାଗେ ତବ ସୁମ ଆଶିଷ ମାଗେ । ଏହାର ଅର୍ଥ ପଞ୍ଜାବ ଠାରୁ ଉତ୍କଳ ବଙ୍ଗ ସବୁ ସ୍ଥାନ ତମର ନାମରେ ଉଠେ ଏବଂ ତୁମର ଆଶିଷ ମାଗେ । ଏଭଳି ଭାବେ ରବିନ୍ଦ୍ର ନାଥ ଠାଗୋର ଇଂଲଣ୍ଡର ଚାଟୁକାର କରିବା ପାଇଁ ଏହାକୁ ଲେଖିଥିଲେ । ସେହି ସମୟରେ ଜବାହାର ଲାଲ ନେହେରୁ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ବନ୍ଦେ ମାତରାମକୁ ରାଷ୍ଟ୍ରୀୟ ସଂଗୀୟ ଘୋଷଣା ନକରି ଏହାକୁ ରାଷ୍ଟ୍ରୀୟ ସଂଗୀତ କରିଦେଇଥିଲେ । ହେଲେ ଏହାକୁ ଏବେ ଭାରତର ଜନସାଧରଣ ଧିରେ ଧିରେ ଏହାର ଅର୍ଥ ଜାଣିଗଲେଣି । କଂଗ୍ରେସ ସମୟରେ ଦୁଇଥର ଏହାକୁ ବଦଳାଇବା ପାଇଁ କଂଗ୍ରେସ ଦୁଇ ଦୁଇଟି ସମ୍ମୀଳନୀରେ ଏହାକୁ ବଦଳାଇବା ପାଇଁ ପ୍ରସ୍ତବା ପାସ ହୋଇଥିଲେ । ହେଲେ ପବର୍ତ୍ତୀ ସମୟରେ ରାଜନୌତିକ କାରଣ ପାଇଁ କଂଗ୍ରେସ ଏହାକୁ ବଦଳାଇ ନଥିଲା । ଏବେ ଏହାକୁ ବଦଳାଇବା ପାଇଁ ବହୁ ବିଦ୍ୟାନ ବ୍ୟକ୍ତିଙ୍କ ପକ୍ଷରୁ ଦାବି ହେଉଛି ।