ଜଣେ ଚାହିଁଲେ ନିଜ ପସନ୍ଦ ଅନୁସାରେ ଅଧିକ ଚାଉଳ କିମ୍ବା ଗହମ ନେଇପାରିବ

Spread the love

ସୁନ୍ଦରଗଡ ତା:୧୩/୧୦/୨୦୨୦୦୪( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ମାଗଣା ରାସନ ଚାଉଳର ଅବଧି ବୃଦ୍ଧି ନେଇ କେନ୍ଦ୍ରର ନିଷ୍ପତ୍ତି ପରେ ଓଡ଼ିଶା କରିବାକୁ ଯାଉଛି ବିଧିବଦ୍ଧ ଘୋଷଣା । ଖାଦ୍ୟ ଯୋଗାଣ ମନ୍ତ୍ରୀ ୨୦୨୮ ଡିସେମ୍ବର ଯାଏଁ ଓଡ଼ିଶାରେ ବି ମିଳିବ ଭିଟାମିନ୍‌ ଯୁକ୍ତ ମାଗଣା ଚାଉଳ ବୋଲି ସୂଚନା ଦେଇଛନ୍ତି। ସବୁଠୁ ବଡ଼ କଥା ହେଉଛି ଜଣେ ଚାହିଁଲେ ନିଜ ପସନ୍ଦ ଅନୁସାରେ ଅଧିକ ଚାଉଳ କିମ୍ବା ଗହମ ନେଇପାରିବ । ହିତାଧିକାରୀ ଯେଉଁ ରାସନ ଚାହିଁବେ ତାହା ନେଇପାରିବେ ମାଗଣା ରାସନ ଚାଉଳର ଅବଧି ବୃଦ୍ଧି ନେଇ କେନ୍ଦ୍ରର ନିଷ୍ପତ୍ତି ପରେ ଓଡ଼ିଶାରେ ମଧ୍ୟ ଏନେଇ ବିଧିବଦ୍ଧ ନିଷ୍ପତ୍ତି ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ମାଗଣା ଚାଉଳ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଖୁବଶୀଘ୍ର ବିଧିବଦ୍ଧ ଘୋଷଣା ହେବାକୁ ଯାଉଛି ।୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିବ ଭିଟାମିନ ଯୁକ୍ତ ମାଗଣା ଚାଉଳ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆହୁରି ଚାରିବର୍ଷ ଭିଟାମିନ ଯୁକ୍ତ ମାଗଣା ଚାଉଳ ଦେବାକୁ ନିଷ୍ପତି ନେଇଛି କେନ୍ଦ୍ର କ୍ୟାବିନେଟ।ବୁଧବାର କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କ ନିଜସ୍ଵ ଯୋଜନାରେ ବି ବଢିବ ମାଗଣା ଚାଉଳ ଅବଧି। କେନ୍ଦ୍ର ସରକାରଙ୍କ ପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସରକାର ଦେବେ ମାଗଣା ଚାଉଳ।ଏନେଇ ଖୁବଶୀଘ୍ର ବିଧିବଦ୍ଧ ନିଷ୍ପତ୍ତି ନେବେ ସରକାର। ବର୍ତ୍ତମାନ୍ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୩ କୋଟି ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳୁଛି ମୁଣ୍ଡ ପିଛା ୫ କେଜି ମାଗଣା ଚାଉଳ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ପ୍ରାୟ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରହିଛନ୍ତି ପ୍ରାୟ ୯ ଲକ୍ଷ ହିତାଧିକାରୀ।୨୦୨୨ ମସିହାରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେନ୍ଦ୍ର ସରକାର ପର୍ଯ୍ୟାୟ କ୍ରମେ ଭିଟାମିନ ଯୁକ୍ତ ମାଗଣା ଚାଉଳ ଯୋଗାଉଥିବା ବେଳେ ରାଜ୍ୟ ସରକାର ବି ନିଜସ୍ଵ ଯୋଜନାରେ ଯୋଗାଇ ଆସୁଛନ୍ତି ମାଗଣା ଚାଉଳ। କେନ୍ଦ୍ର ସରକାର ପୁନର୍ବାର ୨୦୨୮ ଡିସେମ୍ବର ଯୋଜନା ଜାରି ରଖିବାକୁ ନିଷ୍ପତ୍ତି ନେଇଥିବାରୁ ରାଜ୍ୟ ସରକାର ବି ନିଜସ୍ଵ ଯୋଜନାରେ ଯୋଗାଇଦେବେ ଚାଉଳ।: ଚଳିତ ମାସରୁ ରାଜ୍ୟ ସରକାର ପ୍ରତି ପରିବାରକୁ ଚାଉଳ ସହ ଗହମ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ଗହମ ଯୋଗାଣ ଆରମ୍ଭ କରିଥିବା ବେଳେ ଚଳିତ ମାସରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ । କେନ୍ଦ୍ର ସରକାର ୨୦ ପ୍ରତିଶତ ଗହମ ଦେଉଥିବାରୁ ହାରାହାରି ପରିବାର ପିଛା ୨୦ ପ୍ରତିଶତ ଗହମ ଦେବାକୁ ବ୍ୟବସ୍ଥା କରିବେ ରାଜ୍ୟ ସରକାର। କିନ୍ତୁ ହିତାଧିକାରୀଙ୍କ ପସନ୍ଦ ମୁତାବକ ଯେଉଁ ମାନେ ଗହମ ନ ନେବେ ସେମାନଙ୍କୁ କେବଳ ଚାଉଳ ଦେବାର ବି ସରକାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।ବର୍ତ୍ତମାନ eKYC ଚାଲୁ ରହିଥିବା ବେଳେ ୨ କୋଟି ୩୦ ଲକ୍ଷ ହିତାଧିକାରୀଙ୍କର ସରିଲାଣି eKYC। ବାକିଥିବା ପ୍ରାୟ କୋଟିଏ ହିତାଧିକାରୀଙ୍କ eKYC ମାସକ ମଧ୍ୟରେ ସାରିବାକୁ ଟାର୍ଗେଟ ରଖିଛନ୍ତି ସରକାର। ଏହି ପ୍ରକ୍ରିୟା ସରିବା ପରେ ନୂଆ କାର୍ଡ ଅପେକ୍ଷାରେ ଥିବା ୧୦ ଲକ୍ଷ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ପ୍ରକ୍ରିୟା ଆରମ୍ଭ ହେବ।

Related Posts

About The Author

Add Comment