ଜେନାପୁର/୨/୯ (ସନ୍ଧାନ ନିୟୁଜ୍): ବନ ବିଭାଗ ପକ୍ଷରୁ ଏକ ବାରହା କୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଜେନାପୁର- ଜାବରା ବ୍ରିଜ ନିକଟରୁ ଏହାକୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ସୋମବାର ସକାଳ ସମୟରେ ଏକ ବାରହା ଉକ୍ତ ଅଞ୍ଚଳରେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଜଙ୍ଗଲ ରେ ରହିବା ବାରହା ଟି ଜନବସତି କୁ ଚାଲି ଆସିବା କାରଣରୁ ସେ ଲୋକମାନଙ୍କୁ ଦେଖି ଭୟଭୀତ ହେଉଥିଲା।ଏହାକୁ ଦେଖିବା ପାଇଁ ଲୋକ ମାନଙ୍କ ଭିଡ଼ ଜମିଥିଲା। ଏହାର ବୟସ ୨ବର୍ଷ ହେବ ବୋଲି ଅନୁମାନ କରାଯିବା ସହିତ ଓଜନ ପ୍ରାୟ ୧ କ୍ୱିଣ୍ଟାଲ ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଏତେ ବଡ଼ ବାରହା ଟିକୁ ଦେଖି ଲୋକ ମାନେ ମଧ୍ୟ ଭୟଭୀତ ହେବା ସହିତ ସ୍ଥାନୀୟ ଗଡ଼ମଧୁପୁର ବନ କାର୍ଯ୍ୟାଳୟ କୁ ଖବର ଦେଇଥିଲେ। ଖବର ପାଇ ଗଡ଼ମଧୁପୁର ଫରେଷ୍ଟର ଏମ୍ ଡ଼ି ସାକୀର ହୁସେନ ,ସ୍କୁଆର୍ଡ ଏସ କେ ଜାଭିର, ସମ୍ବିତ ରାଉତ, କରୁଣାକର ଜେନା ପ୍ରମୁଖ ପହଞ୍ଚି ବାରହା ଟିକୁ କାବୁ କରିଥିଲେ। ଏହାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିକଟସ୍ଥ ଜଙ୍ଗଲ ରେ ଛାଡ଼ି ଦିଆ ଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜଙ୍ଗଲୀ ବାର୍ ହା ଉଦ୍ଧାର କଲେ ବନ ବିଭାଗ
|
September 3, 2024 |