ଜଙ୍ଗଲରୁ ଖୁଲମଖୁଲା ଗଛକଟାସହ ଚୋରା ଚାଲାଣ କିନ୍ତୁ ପ୍ରଶାସନ ନିରବ

Spread the love

ସୁନ୍ଦରଗଡ଼ ତା:୧୭/୦୫/୨୦୨୫ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ)- ଦୀର୍ଘ କିଛିଦିନର ଶାନ୍ତି ଶୃଙ୍ଖଳା ପରେ ଏବେ ଧୀରେ ଧୀରେ ତଲସରା ଆଖ ପାଖ ଅଞ୍ଚଳରେ ବିଭିନ୍ନ ପ୍ରକାରର ଅପରାଧିକ ଗତିବିଧି ବୃଦ୍ଧିପାଇବା ଦେଖିବାକୁ ମିଳିଛି l କାହାର ଛେଳି ତ କାହାର ବଳଦ , କେବେ କାହା ଘରେ ପଶି ଟଙ୍କା ଚୋରିତ କେବେ କାହାକୁ ପିସ୍ତଲ ଦେଖାଇ ରାସ୍ତା କଡରେ ଗାଡି ଅଟକାଇ ଲକ୍ଷଲକ୍ଷ ଟଙ୍କା ଲୁଟ ତ କେବେ ବ୍ୟାଙ୍କ ଲୁଟ l ଏପରି ବିଭିନ୍ନ ପ୍ରକାରର ଅପରାଧିକ ଗତିବିଧି ବଢିଚାଲିଥିବା ସତ୍ୱେ ଆମପ୍ରଶାସନର ନିଦ ଭାଙ୍ଗୁନି l ବିଶ୍ୱସ୍ତ ସୂଚନାରୁ ଜାଣିବାକୁ ମିଳିଛି ଯେ ପ୍ରାୟ ଏକ ସପ୍ତାହ ପୂର୍ବେ ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ବନଡେଗା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଶାଗବାହାଲ ଗ୍ରାମର ବିଭିନ୍ନ ଜଙ୍ଗଲରୁ ଖୁଲମଖୁଲା ଗଛ କଟାଯିବା ସହ ପଡୋଶୀ ରାଜ୍ୟ ଛତିଶଗଡ ତପକରାକୁ ଚୋରା ଚାଲାଣ କରାଯାଉଛି l ଏ ବିଷୟରେ ଖବର ପାଇବାପରେ କିଛି ଜଣସାଧାରଣ ନିକଟତମ ତଳସରାରେ ଥିବା ବନବିଭାଗକୁ ଅବଗତ କରିବାପରେ ସୁଦ୍ଧା ସେଠାକାର ବନଅଧିକାରୀ ଏଥିପ୍ରତି ଗୁରୁତ୍ବଦେଇନଥିବା ଦେଖିବାକୁ ମିଳିଛି l ବନଅଧିକାରୀଙ୍କ ଏପରି ବେପରୁଆ ନିତିପାଇଁ ସର୍ବସାଧାରଣରେ ଅସନ୍ତୋଷ ଦେଖାଯାଇଛି l

Related Posts

About The Author

Add Comment