କଟକ, ୦୧/୧୦ (ସନ୍ଧାନ ନିଉଜ) କଟକ ସଦର ବ୍ଲକ କିଶନନଗର ତହସିଲ ଅଧିନରେ ଥିବା ବାରାହାପାଟର ବର୍ଷା ପାଣି ଜମି ଶହଶହ ହେକ୍ଟର ଧାନ ଚାଷ ଉଜୁଡି ଯାଉଛି ଏହା ଦୀର୍ଘ ଦିନର ସମସ୍ୟା କିନ୍ତୁ ପ୍ରଶାସନ ଦ୍ବାରା କୌଣସି ସ୍ଥାୟୀ ସମାଧାନ ବ୍ୟବସ୍ଥା କରାଯାଇନାହିଁ ।ଧରିଣା,ବାରଦା,ଅରିଲୋ,ଜସପଡା, ବୋଧପୂର,ସୋମପୁର,କିଶନନଗର, ପହରାଜପୁର,ମାଣପୁର, ଇଶାଣୀବରହମପୁର ଆଦି ପଞ୍ଚାୟତର ଚାଷୀମାନେ କ୍ଷତି ଗ୍ରସ୍ତ ହେଉଛନ୍ତି । ବାରାହାପାଟରୁ ବାହାରୁଥିବା ପାଣି ସୁକପାଇକା ନଦୀ ଦେଇ ନିସ୍କାସନ ହୋଇଥାଏ । ପୁଣି ସୁକପାଇକାକୁ ବୋଧପୁର ନିକଟରେ ମାଛଧରିବା ପାଇଁ ନିଲାମଧାରୀ ଆଡ଼ିବନ୍ଧ ନିର୍ମାଣ କରୁଥିବାରୁ ପାଣି ନିଷ୍କାସନ ପାଇଁ ବାଧା ସୃଷ୍ଟି ହେଉଛି । ଗତବର୍ଷ କଟକ ଜିଲ୍ଲାପାଳ କ୍ଷେତ୍ର ପରିଦର୍ଶନ କରି ପାଣି ନିଷ୍କାସନ କରିବା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବେ ବୋଲି ଜନସାଧରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ବର୍ଷେ ବିତିଯାଇ ଥିଲେ ମଧ୍ୟ କିଛି କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏହାର ପ୍ରତିକାର ନେଇ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ଏବଂ ବର୍ତ୍ତମାନ ମତ୍ସ୍ୟ ନିଲାମ କାର୍ଯ୍ୟ ବାତିଲ କରାଯାଇ ଜଳ ନିଷ୍କାସନ କାର୍ଯ୍ୟକୁ ତ୍ଵରାନିତ୍ଵ କରିବାକୁ କଟକ ସଦର ମାଟିର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ତରଫରୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ପ୍ରିନ୍ସିପାଲ ସେକ୍ରେଟାରୀ ଜଳ ବିଭାଗ ଓ ଏଥିସହ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ।
ଚାଷ ଜମିରୁ ଜଳ ନିଷ୍କାସନ ନେଇ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଜଳ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ଦାବୀପତ୍ର
|
October 2, 2021 |