ଚାଲିଲା ମେମୁ(MEMU) ଟ୍ରେନ : ସମ୍ପୁର୍ଣ୍ଣ ବିବରଣୀ

Spread the love
  • 5
    Shares

କଟକ (ସନ୍ଧାନ ନିଉଜ/ ବିଶ୍ଵଜିତ ପରିଡ଼ା) :

ପୂର୍ବତଟ ରେଳ ପଥ ପକ୍ଷରୁ ଆୟୋଜିତ ହୋଇଥିବା ମେମୁ(MEMU) ଟ୍ରେନ ଆଜି ବ୍ରହ୍ମପୁରରୁ କଟକ ଅଭିମୁଖେ ଯାତ୍ରା କରିଛି।

ଏହି (୬୮୪୩୪) ଟ୍ରେନଟି ସକାଳ ୭:୩୦ ରେ ବ୍ରହ୍ମପୁରରୁ ବାହାରି ସକାଳ ୧୧:୧୫ ସମୟରେ କଟକ ପହଞ୍ଚିବ। ଏହି ଟ୍ରେନଟି ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ଚାଲିବ।

ଏବଂ ଫେରନ୍ତା ମେମୁ ଟ୍ରେନଟି (୬୮୪୩୩) ରବିବାରରୁ ଶୁକ୍ରବାର ସନ୍ଧ୍ୟା ୧୭:୩୦ ରୁ କଟକରୁ ବାହାରି ୨୧:୨୫ ରେ ପୁନର୍ବାର ବ୍ରହ୍ମପୁରରେ ପହଞ୍ଚିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ମେମୁ ଟ୍ରେନ ଦେଖି ଯାତ୍ରୀ ମାନଙ୍କ ବହୁତ୍ ଭିଡ଼ ଲାଗି ରହିଛି।
ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ ଏବଂ କଲିକତା ପରେ ଏବେ ଓଡ଼ିଶାରେ ଏ ମେମୁ ଟ୍ରେନ ଦେଖିବାକୁ ମିଳିଛି। ତେବେ ପୂର୍ବ ପରି ଯାତ୍ରୀ ମାନଙ୍କର ବସିବାକୁ କିମ୍ବା ଛିଡ଼ା ହବାକୁ ଅସୁବିଧା ହେଉ ନାହିଁ, ଏବଂ ଖିପ୍ରଗତିରେ ଗତି କରୁଥିବାରୁ ଏହି ଟ୍ରେନକୁ ଲକ୍ଷ୍ୟସ୍ଥଳ ରେ ପହଞ୍ଚିବାକୁ କିଛି ଅସୁବିଧା ହେବନି ବୋଲି ଯାତ୍ରୀ ମାନେ ସୂଚନା ଦେଇଛନ୍ତି।

  • 5
    Shares

Related Posts

About The Author

Add Comment