ଚାରୋଟି କ୍ଷେତ୍ର କର୍ମଚାରୀ ମିଳିତ ମହାସଂଘର ସ୍ବାସ୍ଥ୍ୟ ବିଭାଗକୁ ଦାବିପତ୍ର ପ୍ରଦାନ

Spread the love
  •  
  •  
  •  
  •  
  •  
ବାଲିଗୁଡ଼ା, ୧୪/୦୧/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) :  ସ୍ବାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟରତ ସରକାରୀ ସିକୃତି ପ୍ରାପ୍ତ ଚାରୋଟି କ୍ଷେତ୍ର କର୍ମଚାରୀ ଯଥା ଓଡ଼ିଶା ବହୁମୂଖୀ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ,ଓଡ଼ିଶା ରାଜ୍ୟ ପୁରୁଷ ବହୁମୂଖୀ ସ୍ବାସ୍ଥ୍ୟକର୍ମୀ ସଂଘ,ରାଜ୍ୟ ବହୁମୁଖି ପୁରୁଷ ସ୍ବାସ୍ଥ୍ୟ ପରିଦର୍ଶକ ସଂଘ ଓ ରାଜ୍ୟ ମହିଳା ସ୍ବାସ୍ଥ୍ୟ ପରିଦର୍ଶକ ସଂଘ ପକ୍ଷରୁ କର୍ମୀଙ୍କ ପ୍ରତି ଅବହେଳା ପ୍ରତିବାଦରେ ସରକାରଙ୍କ ଉଦ୍ଦେଶ୍ୟରେ ଆଜି ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ଅଭିନନ୍ଦନ ସେନାପତିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ପ୍ରକାରେ ସଂଘ  ଅଧିନରେ ୧୫୦୦୦ ସ୍ବାସ୍ଥ୍ୟ କର୍ମୀ ରାଜ୍ୟର ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି କିନ୍ତୁ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତି ଚରମ ଅବହେଳା କରାଯାଉଛି । ଦୀର୍ଘ ୧୦ବର୍ଷ ହେବ ସଂଘ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ପଦବୀ ପରିବର୍ତ୍ତନ ଓ କ୍ଯାଡର ପୁନର୍ଗଠନ ପାଇଁ ନିବେଦନ କରିଆସୁଥିଲେ ମଧ୍ୟ ଏଯାବତ କୌଣଶି ସୁଫଳ ମିଳିପାରିନାହିଁ । ଫଳରେ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଦୀର୍ଘ ଦିନରୁ ଦବୀ ହୋଇ ଆସୁଛି କିନ୍ତୁ ବର୍ତ୍ତମାନ ସମୟରେ ସରକାର ଓ ସ୍ବାସ୍ଥ୍ୟ ବିଭାଗ ଏଦିଗରେ ଯଦି କୌଣଶି ପଦକ୍ଷେପ ଗ୍ରହଣ କରନ୍ତି ତେବେ ଆମ୍ଭେ କଳା ବ୍ୟାଙ୍କ ପିନ୍ଧି କାର୍ଯ୍ୟ କରିବୁ ଏବଂ କରୋନା ଟିକା ଗ୍ରହଣ କରିବୁ ନାହିଁ । କିନ୍ତୁ ଆମ୍ଭେମାନେ କଳାବ୍ୟାଚ  ପିନ୍ଧି କରୋନା ଟିକାକରଣରେ ସହଯୋଗ କରିବୁ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏହି ଅଭିଯୋଗ ପତ୍ରର ନକଲ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ପ୍ରେରଣ କରାଯାଇଛି ।

Related Posts

About The Author

Add Comment