ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁବରିଷ୍ଠ ନାଗରିକ ଦିବସ ପାଳନ।

Spread the love

ଯାଜପୁର ୩/୧୦/୨୬ (ସନ୍ଧାନ ନ୍ୟୁଜ)   ଯାଜପୁର ବରୀ ବ୍ଲକ୍ ଅନ୍ତର୍ଗତ କମ୍ପଗଡସ୍ଥ ଆଶା ନାୟକ ସେବାସଂଘ ପରିସରରେ ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣ ଅଧ୍ଯକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା। ଆୟୋଜିତ ସଭା ରେ ପ୍ରାଧିକରଣ ସଚିବ ଲିପା ମହାନ୍ତି ଅଧ୍ଯକ୍ଷତା କରିବା ସହିତ ଅନ୍ତେବାସୀ, ବରିଷ୍ଠ ନାଗରିକ ମାନଙ୍କୁ ଶୁଭେଚ୍ଛା ଅଭନନ୍ଦନ ଜଣାଇ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ଙ୍କ ସହ ସେମାନଙ୍କ ଭଲମନ୍ଦ  ପଚାରି ବୁଝିଥିଲେ। ଅତିଥି ଆଲୋଚକ ଭାବେ ପ୍ରାଧିକରଣ ପ୍ରାକ୍ତନ ସଦସ୍ଯ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଯୋଗଦେଇ ବରିଷ୍ଠ ମାନେ ସଦାକାଳ ବନ୍ଦନୀୟ ସେମାନଙ୍କ ଅଭିଜ୍ଞତା ଅତିତର କାର୍ଯ୍ୟାବଳୀ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ମୂଲ୍ଯବାନ ମାର୍ଗଦର୍ଶକ  ବୋଲି ବର୍ଣ୍ଣନା କରିବା ସହ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଥିବା ବରିଷ୍ଠ ନାଗରିକ ନିବାସ ଗୁଡିକର ଦାୟିତ୍ୱ ଏବଂ ଆବଶ୍ଯକ ସ୍ଥଳେ ବରିଷ୍ଠ ମାନଙ୍କୁ ପ୍ରାଧିକରଣ ପକ୍ଷରୁ ଯୋଗାଇ ଦିଆଯାଉଥିବା ଆଇନଗତ ସେବା ବିଷୟରେ ଆଲୋକପାତ କରିଥିଲେ। ପ୍ରାରମ୍ଭିକରେ ଅନୁଷ୍ଠାନ ର ସମ୍ପାଦକ ଅମୀୟ କୁମାର ଜେନା ସ୍ବାଗତ ଭାଷଣ ପ୍ରଦାନ କରିବା ଥିବାବେଳେ ବରିଷ୍ଠ ଶିକ୍ଷକ ପଣ୍ଡିତ ରଞନ କୁମାର ନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିବା ରେ ପ୍ରାଧିକରଣ ଓ ବରିଷ୍ଠ ନାଗରିକ ନିବାସ ର କର୍ମଚାରୀ ମାନେ ସହଯୋଗ କରିଥିଲେ।

Related Posts

About The Author

Add Comment