ଚଣ୍ଡିଖୋଲ ସାହିତ୍ୟ ମଂଚ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ

Spread the love
  • 8
    Shares

ଚଣ୍ଡିଖୋଲ, ୨୧/୫(ସନ୍ଧାନ ନିୟୁଜ୍/ଆର୍ତତ୍ରାଣ ସାହୁ)- ଚଣ୍ଡିଖୋଲ ସାହିତ୍ୟ ମଂଚ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସାହିତ୍ୟ ମଂଚର ସଭାପତି କବି ପ୍ରଭାକର ଶତପଥିଙ୍କ ଅଧ୍ୟକ୍ଷତାରେ ଆଜି ଚଣ୍ଡିଖୋଲ ପ୍ରେସ କ୍ଳବ କାର୍ଯ୍ୟାଳୟ ଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସାହିତ୍ୟ ମଂଚର ସଂପାଦକ ପ୍ରଦୀପ୍ତ କୁମାର ପରିଡା ବାର୍ଷିକ ବିବରଣୀ ପାଠ କରିଥିଲେ । ବୈଠକରେ ଅଧ୍ୟାପକ ପବିତ୍ର କୁମାର ମାହାଲା, ବିଜୟ କେତନ ସାମଲ, କବି ଅକ୍ଷୟ କୁମାର ଦାସ, ଅଭିମନ୍ୟୁ ଧଳ, ନରେନ୍ଦ୍ର ପ୍ରତାପ, ଚନ୍ଦନ ପ୍ରଧାନ, ନୀଳମଣି ସାମଲ, ପ୍ରମିଳା ପ୍ରତାପ, ସାମ୍ବାଦିକ ଶିବରାମ ସାହୁ, ପ୍ରସନ୍ନ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ସାହିତ୍ୟ ମଂଚର ସଂଗଠନକୁ ସୁଦୃଢ କରିବା ପାଇଁ ଆଲୋଚନା କରିଥିଲେ । ଆସନ୍ତା ଜୁନ ୧୪ତାରିଖ ପ୍ରଥମ ରଜରେ ମୌସୁମୀ କବିତା ଆସର ଚଣ୍ଡିଖୋଲସ୍ଥିତ ଦୁର୍ଗା ମଣ୍ଡପ ଠାରେ ହେବା ପାଇଁ ଓ ଆସନ୍ତା ଅକ୍ଟୋବର ମାସରେ ସାହିତ୍ୟ ମଂଚର ବାର୍ଷିକ ଉସôବ ହେବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଗଲା । ଶେଷରେ ଅନିଲ କୁମାର ଦାସ ସମସ୍ତ କବି, ସାହିତି୍ୟକ, ପ୍ରାବନ୍ଧିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

  • 8
    Shares

Related Posts

About The Author

Add Comment