ଚଣ୍ଡିଖୋଲ: ଦୃର୍ଗପୂଜା ପାଇଁ ପ୍ରସ୍ତତି ବୈଠକ

Spread the love

ଚଣ୍ଡିଖୋଲ ( ସନ୍ଧାନ ନିୟୁଜ/ମାନସ ରାଉତ) ଶରଦୀୟ ଦୃର୍ଗପୂଜା ପାଇଁ ଚଣ୍ଡିଖୋଲ ଦୃର୍ଗପୁଜା କମିଟିର ଏକ ପ୍ରସ୍ତୁତି ବୈଠକ ଧୀରେନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କିପରି ଶାନ୍ତିଶୁଙ୍ଖଳା ସହିତ ମାଙ୍କ ପୂଜା, ମୂର୍ତି ପାଇଁ ପବିତ୍ର ମାଟି ଉଠାଣ ତାରିଖ, ସଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । କମିଟି ସମ୍ପାଦକ ତୈଲକନାଥ ନାୟକ ବିବରଣୀ ପାଠ କରିଥିବା ବେଳେ କମିଟିର ସଭ୍ୟା ବିଭୁତିଭୂଷଣ ଜେନା, ଜଗନ୍ନାଥ ସାମନ୍ତରାୟ, ବିନାୟକ ନାୟକ,କ୍ଷୀରୋଦଚନ୍ଦ୍ର ମହାଲା, ରବିନ୍ଦ୍ର ରାଉତ, ଅନିରୁଦ୍ଧ ରାଉତ, ବଜ୍ର କିଶୋର ସ୍ୱାଇଁ ଓ ପ୍ରମୋଦ ଜେନା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ମତାମତ ଦେଇଥିଲେ ।

Related Posts

About The Author

Add Comment