ଚଣ୍ଡିଖୋଲରେ ଟିଟୋ ଲିଙ୍କ୍: ରୁବି ମୋଟର୍ରସ୍ ଉପରେ କ୍ରାଇମବ୍ରାଂଚର ଚଢାଉ, ୨ ହାଇୱା ଜବତ

Spread the love

ଯାଜପୁର/ଚଣ୍ଡିଖୋଲ, ୧୧/୦୭ (ସନ୍ଧାନ ନିୟୁଜ)- ଚଣ୍ଡିଖୋଲରେ ଗ୍ୟାଙ୍ଗ ଷ୍ଟାର ଟିଟୋର ଏନାକାଉଂଟର କରି ଗିରଫ କରିବା ପରେ ଏସଟିଏଫ ଟିମ୍ ରିମାଣ୍ଡରେ ନେବା ପରେ ବିଭିନ୍ନ ଅଂଚଳରେ ତାହାର ରହିଥିବା ଅପରାଧିକ ଲିଙ୍କ ଏବଂ ଅର୍ଥନୌତିକ କାରବାର ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ବୁଧବାର ଚଣ୍ଡିଖୋଲ ଅଂଚଳରେ ଟିଟୋର ବ୍ୟବସ୍ଥାୟିକ ଲିଙ୍କ ରହିଥିବା ନେଇ ଜାଣିବା ପରେ ଆଜି ଧର୍ମଶାଳା ଥାନା କଂଟିଗଡିଆ ନିକଟସ୍ଥ ରୁବି ଆସୋସିଏଟର୍ସ ଉପରେ ଏକ ଟିମ୍ ଚଢ଼ାଉ କରି ୨ଟି ହାୱାକୁ ଜବତ କରିଥିବା ଜଣାଯାଇଛି । କଣ୍ଟିଗଡ଼ିଆ ସ୍ଥିତ ଟାଟା ମୋଟର୍ସ୍ର ଅଧିକୃତ ରୁବି ଆସୋସିଏଟର୍ସ (ମୋଟର୍ସ୍) ଉପରେ ଚଢାଉ କରି ସେଠାରୁ ଟିଟୋର ୨ଟି ଦଶ ଚକିଆ ହାଇୱା ମରାମତି ହେଉଥିବା ବେଳେ ଜବତ୍ କରିଛି । ଅପରାଧ ନିୟନ୍ତ୍ରଣ ଶାଖାର ଇନସପେକ୍ଟର ଭାଲେଟିନା ରାୟଙ୍କ ନେତୃତ୍ୱରେ ପୋଲିସ୍ ଏହି ୟୁନିଟ୍ ଚଢାଉରେ ସାମିଲ ହୋଇଥିଲେ । ଟିଟୋ ଗୋଷ୍ଠିରେ ରହିଥିବା ଏହି ହାଇୱା ଦୁଇଟିର ସମ୍ପର୍କ ରହିଥିବା ସୂଚନା ପାଇବା ପରେ ଏଠାରେ ଚଢାଉ କରିଥିଲେ ବୋଲି ସୂଚନା ଦିଆଯାଇଛି । ଜବତ ପରେ ଗାଡ଼ି ଦୁଇଟିକୁ ବଡ଼ଚଣା ଥାନାକୁ ନିଆଯାଇଥିଲା । ଜବତ ଗାଡ଼ି ଦୁଇଟିର ନଂ ହେଲା ଓଡ଼ି ୨୯ ଡ଼ି ୨୫୮୬ ଓ ଓଡ଼ି ୨୯ ବି ୯୮୦୬ ଅଟେ । ଟିଟୋକୁ ଜେରା କଲାବେଳେ ତାର ବୟାନକୁ ଆଧାର କରି ଖବର କ୍ରାଇମ୍ବ୍ରାଂଚ୍ଞ୍ଚ ଅଧିକାରୀମାନେ ସଂଗ୍ରହ କରିବା ପରେ ଚଢାଉ କରିଥିଲେ । ସେହିଭଳି ଟିଟୋର ସମ୍ପକୀୟଙ୍କ ନାମରେ ବିଭିନ୍ନ ଖାଦାନ ଦର୍ପଣ ତହସିଲ ଅଂଚଳରେ ଚାଲୁଥିଲା । ଟିଟୋ ଗିରଫ ହେବା ପରେ କ୍ରାଇମ୍ବ୍ରାଂଚଞ୍ଚତାର ବ୍ୟବସାୟିକ ପ୍ରତିଷ୍ଟାନଗୁଡ଼ିକ ଗୋଟିକ ପରେ ଗୋଟିଏ ସିଲ୍ କରିବାରୁ ତା ନିଦେ୍ର୍ଦଶରେ ଦର୍ପଣ ତହସିଲ ଅଂଚଳରେ ଚାଲୁଥିବା ଖାଦାନଗୁଡ଼ିକ ଏବେ ବନ୍ଦ ହୋଇଯାଇଛି ।

ମାଣ୍ଡୁକା, ଅଚୁ୍ୟତବସନ୍ତ, ମଝିପଡ଼ା ଆଦି ପାହାଡ଼ଗୁଡ଼ିକରେ ଦୈନଦିନ ମୋରମ ଓ ବୋଲଡ଼ର ଖନନ କରାଯାଇ ଚାଲାଣ କରାଯାଇଥିଲା । କ୍ରାଇମ୍ବ୍ରାଂଚର ଚଢାଉ ପରେ ସମ୍ପୁକ୍ତ ଖାଦାନଗୁଡ଼ିକ ବନ୍ଦ ହୋଇଯବା ସହ ସେଠାରେ ବ୍ୟବହୃତ ଗାଡ଼ି ଓ ମେସିନଗୁଡ଼ିକ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛି ଥିବା ଜଣାଯାଇଛି । ତେବେ ଧିରେ ଧିରେ ତାହାର ପେଡି ଖୋଲୁଥିବାରୁ ଏହି ଅଂଚଳରେ ଚର୍ଚ୍ଚା ଧୋର ଧରିଛି । ଅଧିକ ତଦନ୍ତ ଜାରି ରହିଛି ତାହାକୁ ଅଧାର କରି କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ଇନସପେକ୍ଟର ଶ୍ରୀମତୀ ରାୟ ସୂଚନା ଦେଇଛନ୍ତି ।

Related Posts

About The Author

Add Comment