ସୁନ୍ଦରଗଡ଼ ତା:୨୦/୬/୨୦୨୫ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ମଦ ଦ୍ରବ୍ୟ ଟାଣେ ଧନ, ଧନ ସରିଗଲେ କରେ ମରଣ l ଓଡିଶା ର ସମସ୍ତ ଗ୍ରାମାଞ୍ଚଳରେ ଚାଲିଛି ନିଶା ମୁକ୍ତି ଅଭିଯାନ । ଏହି ଅବସରରେ ସୁନ୍ଦରଗଡ ଏକସାଇଜ ସୁପରିଟେନଡେନଣ୍ଟ ପ୍ରମୋଦ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ ରେ ଘରେ ଘରେ ଚାଲିଛି ମଦ ମୁକ୍ତି ଅଭିଯାନ l ଏହି ପରିପେଖିରେ ସବଡେଗା ଡି.ଆଇ.ସି ସତ୍ୟଜିତ ସାମଲ, ଏ.ଏସ. ଆଇ ସୁଶିଲ କୁମାର ମିର୍ଦ୍ଧା, ଗାୟତ୍ରୀ ସା, ସହିତ ରଜନୀକାନ୍ତ ବେହେରା ଏହି କାର୍ଯ୍ୟକ୍ରମରେ ଘର କୁ ଘର ନିଶା ମୁକ୍ତି ବିଷୟ ରେ ଲୋକଙ୍କୁ ସଚେତନ କରିବାର ଦେଖିବାକୁ ମିଳିଥିଲା । ମଦ ପିଇ ଜନ ସାଧାରଣ ନ କରିବା କାମ କରିବାକୁ ବସୁଥିବା ବେଳେ l ଅନେକ ପରିବାର ଭାସି ଯାଉଛନ୍ତି। ମଦ ପିଇ ଅନେକ ଯୁବ ସମାଜ ର ମୃତ୍ୟୁ ବରଣ ହେଉଥିବା ବେଳେ ଅବକାରି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ସାଧୁବାଦ ହେଉଥିବା ଦେଖିବାକୁ ମିଳିଛି ।
ଗ୍ରାମାଞ୍ଚଳ ରେ ଚାଲିଛି ନିଶା ମୁକ୍ତ ଅଭିଯାନ l
|
June 20, 2025 |



