ଯାଜପୁର, (ସନ୍ଧାନ ନିୟୁଜ/ମାନସ ରାଉତ) ରସୁଲପୁର ବ୍ଲକ ଅର୍ନ୍ତଗତ ଟିକରପଡା,ମସୁରପୁର,ତୁଳସୀପୁର,ଗନ୍ଧଣ,ପାରିକଇଁଚି ିଆଦି ଗ୍ରାମରେ ଆଜି ଗୋଟେ ହାତୀ ଆତଙ୍କ ଖେଳିଯାଇଛି । ଏ ନେଇ ଗ୍ରାମର ଜନସାଧାରଣ ଆତଙ୍କିତ ଅବସ୍ତାରେ ରହିଥିବା ଜଣାପଡିଛି । ଗତ ରାତି ତଣ୍ଡରା ପଂଚାୟତ ପାଖ ଗ୍ରାମ ନଈ ମଧ୍ୟରେ ଥିବା କୁଦ ଗ୍ରାମରେ ମଧ୍ୟ ରାତିରେ ପ୍ରବେଶ କରି ମଥୁରୀ ବେହେରା,ବିସିନ ବେହେରା,ବାବୁଲା ବେହେରା,କାଶିନାଥ ବେହେରା ଙ୍କ ଘର ଭାଙ୍ଗି,ଚାଳଛପର ଗୁଡିକ ଓଲାରି ପକାଇ ଖରସ୍ରୋତା ନଦୀ ପାରକରି ଉକ୍ତ ଗ୍ରାମ ଗୁଡିକୁ ମଧ୍ୟରେ ପ୍ରବେଶ କରିଥିଲା । ଆଜି ସକାଳେ ଗ୍ରାମବବାସୀ ସୈାଚ ସକାଶେ ବିଲକୁ ଯାଇଥିବା ବେଳେ ଏହି ହାତୀଟି ସେମାନଙ୍କୁ ଗୋଡାଇଥିଲା । ଖବର ପାଇ ଯାଜପୁର ରୋଡ ବନବିଭାଗ ପକ୍ଷରୁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ଅନୁରୋଧ କରାଯାଇଥିଲା । ଏ ନେଇ ଯାଜପୁର ରୋଡ ବନ ବିଭାଗ ଓ ଗହ ମଧୁପୁର ବନ ବିଭାଗ ଓ କୁଆଖିଆ ଥାନା ପୁଲିସ ପକ୍ଷରୁ ତିକ୍ଷ୍ନ ଦୃଷ୍ଠି ରଖାଯାଇଥିଲା । ଆଜି ସନ୍ଦ୍ୟା ସମୟରେ ବାଣ ଓ ଟାୟାର ଜାଳି ହତୀ ଯେପରି ଜନ ବସତି ନଆସିବ ସେଥିପ୍ରତି ବନ ବିଭାଗ କର୍ମଚାରୀ ଯୋଜନା କରିଥିଲେ । ହାତୀଟି ଘଉଡାଇବା ସମୟରେ ଜଣେ ବନ କର୍ମଚାରୀ ଅସିମ ରଂଜନ ଖାନ ତଳେ ପଡିଯିବା କାରଣରୁ ସେ ଆହତ ହୋଇଥିଲେ । ତାଙ୍କ ତୁରନ୍ତ ମଧୁବନ ମେଡିକାଲକୁ ନିଆଯାଇ ଚିକିତ୍ସିତ କରାଯାଇଥିଲା । ହାତୀଟି ଆଜି ସନ୍ଦ୍ୟା ସୁଧା ଉକ୍ତ ଗ୍ରାମରୁ ବାହାରି ଖରସ୍ରୋତା ନଦୀକୁ ପାର କରି ତଣ୍ଡରା ଆଡେ ପଳାଇଯାଇଥିବା ଜଣାପଡିଛି । ଖବର ନେବାରେ ଜଣାପଡିଛି ୨୧ ତାରିଖ ରୁ ୁଉକ୍ତ ହାତୀଟି କେନ୍ଦୁଝର ଜିଲ୍ଲା ଡିମଗିରି ଜଙ୍ଗଲରୁ ବାହାରି ଯାଜପୁର ଜିଲ୍ଲା ସିମାବର୍ତି ଗ୍ରାମ ଜୋରାବନ୍ଧୀ ଗ୍ରାମ୍ୟ ଜଙ୍ଗଲରେ ପ୍ରବେଶ କରି ଏହିଠାରେ ପହଁଚିଥିଲା । ଏହି ଅପରେସନରେ ଯାଜପୁର ରୋଡ ରେଞ୍ଜର ଅଫିସର ଦେବେନ୍ଦ୍ର କୁମାର ପଟ୍ଟନାୟକ ,ଫରେଷ୍ଟର ବେଣୁଧର ବେହେରା ,ପରେଶ କୁମାର ସାହୁ ଓ ଦତ ହରି ନାୟକ,ବନ ପାଳ ସ୍ୱରୁପ ନାୟକ,ନିର୍ମଳ କୁମାର ମଲ୍ଲିକ,ଦେବେନ୍ଦ ସେଠୀ,ମଂଟୁ ଦାସ , ଗଡ ମଧୁପୁର ଫରେଷ୍ଟର ରଂଜନ କୁମାର ମିଶ୍ର,ଲକ୍ଷ୍ମୀଧର ନାୟକ,କୈଳାସ ବେହେରାଙ୍କ ସମେତ ବହୁ ବବନ କର୍ମଚାରୀ ଉପସ୍ତିତ ଥିଲେ । ଏଥି ସହ କୁଆଖିଆ ଥାନା ପକ୍ଷରୁ ଆର.କେ ଦାସ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ଶଙ୍କଚିଲା ଗ୍ରାମର ୩ ଜଣ ଗ୍ରାମବାସୀଙ୍କ ହାତୀଟି ଦଳି ମାରିଦେଇଥିବା ସୂଚନା ମଳିଛି । ଉଭୟଙ୍କ ଶବ ଯାଜପୁର ରୋଡ ମେଡିକାଲରେ ରହିଥିବା ଜଣାପଡିଛି ।
ଗ୍ରାମାଂଚଳରେ ହାତୀ ଆତଙ୍କ : ୩ ଗ୍ରାମବାସୀ ମୃତ, ୧ଜଣେ ବନ କର୍ମଚାରୀ ଆହତ
|
January 23, 2020 |
