ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିବ ଅଲଟ୍ରାସାଉଣ୍ଡ ମେସିନ୍: ବିଧାୟକ

Spread the love

ବେତନଟୀ ୧୧/୯/୨୦ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀକଲ୍ୟାଣ ସମିତି ର ବାର୍ଷ କ ଯୋଜନା ଓ ଉ ନୃ ୟ ନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ବଜେଟ ୫ ଲକ୍ଷ ଟଙ୍କା କେମିତି ଖର୍ଚ୍ଚ କରାଯିବ ସେନେଇ ଆଲୋଚନା ହୋଇଛି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ସିପୁନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବଡସାହି ବିଧାୟକ ସନାତନ ବିଜୁଳି ଯୋଗଦେଇଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭେଷଜ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ରହିଥିବାରୁ ବହୁ ଲୋକ ଚିକିତ୍ସା ପାଇଁ ଆସୁଛନ୍ତି । ତେବେ ଗୋଟିଏ ଅଟା ସାଉଣ୍ଡର ଆବଶ୍ୟକତା ରହିଥିବାରୁ ବିଧାୟକ ସନାତନ ବିଜୁଳି ଖୁବ ଶୀଘ୍ର ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହି ମେସିନ୍ ଆସିଲେ ରୋଗୀ ଉପକୃତ ହେବା ସହିତ ବାରିପଦା ଓ ବାଲେଶ୍ବର ଯାଇ ଖର୍ଚ୍ଚାନ୍ତରେ ପଡୁଥିବା ରୋଗୀ ଗାଡି ଭଡା ବାବଦରେ ୧୨୦୦ ରୁ । ୧୫୦୦ ଟଙ୍କା ଖର୍ଚ୍ଚରୁ ବଞ୍ଚିଯିବେ । ଏହା ବ୍ୟତୀତ ଅଲ୍ ଟ୍ର ସାଉଣ୍ଡର ଖର୍ଚ୍ଚ ବାବଦରେ ୧୫୦୦ରୁ । ୩୨୦୦ ପର୍ଯ୍ୟନ୍ତ ଲାଗୁଥିବା ଜଣା ପଡିଛି । ତେବେ ଏହି ଡାକ୍ତରଖାନାରେ ନିର୍ଭର କରୁଥିବା ବେତନଟୀ, ବଡସାହି, ମୋରଡା, ରାସଗୋବିନ୍ଦପୁର ଓ ବାରିପଦା ସଦର ବ୍ଲକ୍‌ର ଅନ୍ୟୁନ ୫ ଲକ୍ଷ ଲୋକ ଉପକୃତ ହେବେ ବୋଲି ଜଣା ପଡିଛି । ବିଧାୟକ ଏହି ମେସିନ ବାବଦରେ ସ୍ଵାସ୍ଥ୍ୟ ମନ୍ତ୍ରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଆଲୋଚନା କରି ସାରିଛନ୍ତି । କାର୍ଯ୍ୟକ୍ରମରେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବିପିଏମ୍ ସସ୍ମିତା ଦାଶ ବିବରଣୀ ପାଠ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀକୃଷ୍ଣ ପାତ୍ର, ସମାଜସେବୀ ସତୀଶ ଚନ୍ଦ୍ର ପାତ୍ର, ଚୁଡାମଣୀ ମହାପାତ୍ର, ଆୟୁଷ ଡାକ୍ତର ରାଜଶ୍ରୀ ସାହୁ, ବିଡିଏମ୍ ପ୍ରଶାନ୍ତ ବେହେରା, ବାମ ଶକ୍ତିରଞ୍ଜନ ମହାନ୍ତି, ଏଷ୍ଟାବ୍ଲିସମେଣ୍ଟ ଅମିତାଭ ଦାସ, ପିଏଚଇଓ ମଞ୍ଜୁଶ୍ରୀ ଦାସ, ଏନ୍ ଏଚ୍ଏମ୍ ଜୁନିଅର ଇଞ୍ଜିନିୟର ମଧିସ୍ତି ତା ଦଣ୍ଡପାଟ, ଫାର୍ମାଶିଷ୍ଟ ଲକ୍ଷ୍ମୀପ୍ରିୟା ବିନ୍ଧାଣୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ପ୍ରତିନିଧି ପ୍ରଦୀପ ପରିଡା ପ୍ରମୁଖ ଯୋଗ ଦେଇଥିଲେ ।

Related Posts

About The Author

Add Comment