ଯାଜପୁର, ୧/୨(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ବର୍ତମାନ ସମାଜର କୋଣ ଅନୁକୋଣକୁ ଅନୁଧ୍ୟାନ କଲେ ଚୋରି, ଡକାୟତି, ଲୁଣ୍ଠନ ଓ ଲାଂଚ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାତଥା ଅଧିକାଂଶ ଶିକ୍ଷାନୁଷ୍ଠାନରେ ସଂସ୍କାର ନଥିବା ଦେଖିବାକୁ ମିଳିଥାଏ । ପ୍ରକୃତ ପକ୍ଷେ ଏସବୁ କାର୍ଯ୍ୟରେ ବାସ୍ତବ ସୁଖ ଆଦୌ ମିଳ ିନଥାଏ.ରୁଚି ମାର୍ଗରେ ଚାଲିଲେ ମଣିଷ ଦୁଃଖ ପାଏ, କିନ୍ତୁ ନୀତି ମାର୍ଗରେ ପରିଚାଳିତ ହେଲେ ଜୀବନ ମଗଂଳମୟ ହୋଇଥାଏ । ଜୀବନ ଆବିଳ ହେଲେ ତାହା କଦାପି ଶୋଭାପାଏ ନାହଁ । ତେଣୁ
ଅଶୋଭନୀୟତା ଓପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ ନକରି ପୂଜ୍ୟଶ୍ରୀ କୁମାର ଭାଇଙ୍କ ପରି ମହାପୁରୁଷମାନଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଆସନ୍ତାକାଲିର ନାଗରିକ ବୋଲାଉଥିବା ଛାତ୍ର ଛାତୀ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିପାରିଲେ ତାହା ହିଁ ହେବ ଶୋଭନୀୟ ସମାଜ ଗଠନର ଭିତିଭୂମି ବୋଲି ବିଶିଷ୍ଟ ଅତିଥିମାନେ ଗତ ଗୁରୁବାର ଦିନ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଈପୁରସ୍ଥ ନାରାୟଣ ଶୋଭନୀୟ ଶିକ୍ଷାଶ୍ରମର ୧୭ତମ ବାର୍ଷିକୋସôବ ପାଳନ ଅବସରରେ ମତବ୍ୟକ୍ତ କରିଛନ୍ତି । କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ରୁକ୍ମଣୀ ଦେବୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉସôବରେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ କୃ୍ଷ୍ଣଚଦ୍ର ନାୟକ ମୁଖ୍ୟ ଅତିଥି ଓ ‘ମନୁର୍ଭବ’ର ସଂପାଦକ ମାନସଭୂଷଣ ପନ୍ଡିତ ହୃଷିକେଶ ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଆଚରଣ ଓ ଉଚ୍ଚାରଣରେ ସଂଯମତା ଠିକ୍ ରହିଲେ ଏବଂ ସମସ୍ତେ ବିବେକୀ ଓ ଭଲ ମଣିଷ ହୋଇପାରିଲେ ଏକ ସୁନ୍ଦର ଓ ଦୁର୍ନୀତିମୁକ୍ତ ରାଷ୍ଟ୍ରର ପରିକଳ୍ପନା କରାଯାଇପାରିବ ବୋଲି କହିଥିଲେ । ସମ୍ମାନନୀୟ ଅତିଥୀଭାବେ ଧର୍ମଶାଳା ମଡଂଳ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ବେହେରା , ଜେନାପୁର ଭାରପ୍ରାପ୍ତ ଥାନାଧିକାରୀ ସୁଶାନ୍ତ କୁମାର ଦାସ , ଜେନାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ସ୍ୱାଇଁ , ଶିକ୍ଷାବିତ୍ ବନଲତା ଦେବୀ, ଓ ଶୋଭନୀୟ କର୍ମୀ ଶିବପ୍ରସାଦ ଶତପଥୀ ଶିକ୍ଷାଶ୍ରମର ଶୈକ୍ଷିକ ପରିବେଶକୁ ପ୍ରଶଂସା କରିବା ସହ ଉପସ୍ଥିତ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କୁ ହିତୋପଦେଶ ଦେଇଥିଲେ ।
ଏଥିରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାର୍ତିକ ଚନ୍ଦ୍ର ପଟ୍ନାୟକଙ୍କୁ ‘ଶୋଭନୀୟ ମଣିଷ’ ସମ୍ମାନରେ ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଉସôବରେ ବିଦ୍ୟାଳୟର ସଂପାଦକ ଡା.ବିଷ୍ଣୁ ପ୍ରସାଦ ଶତପଥୀ ଅତିଥୀ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷାଶ୍ରମର ପ୍ରଧାନାଚାଯର୍୍୍ୟା ସୁଧାଂଶୁବାଳା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥୀମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ଥିବା ନାରାୟଣ ଶତପଥୀଙ୍କ ପ୍ରତିମୂର୍ତି ଓ କୁମାର ଭାଇଙ୍କ ଫଟୋ ଚିତ୍ରରେ ଶଙ୍ଖ, ହୁଳହୁଳି ଓ ଘନ୍ଟଘଣ୍ଟା ଧ୍ୱନିରେ ପ୍ରଦୀପ ପ୍ରଜ୍ଜଳନ ଓ ମାଲ୍ୟାର୍ପଣ କରାଯାଇଥିଲା । ଏହା ଛଡା କୁନି କୁନି ଶିଶୁ ମାନଙ୍କ ଦ୍ୱାରା ତ୍ରିଭାଗିକ ବକ୍ତବ୍ୟ ଯୋଗାସନ , ପ୍ରଶ୍ନୋତର ମାଧ୍ୟମରେ ନୃତ୍ୟ ଓ ନାଟକ – ରାଣ୍ଡୀ ପୁଅ ଅନନ୍ତା ଆଦି ଚେତନପ୍ରଦ ହୃଦୟସ୍ପର୍ଶୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।ପୁସ୍ତକ ପ୍ରଦର୍ଶନୀ ଓ ଆନନ୍ଦ ବଜାରର ମଧ୍ୟ ସୁବ୍ୟବସ୍ଥା କରାଯାଇଥିଲା । ଶେଷରେ କ୍ରୀଡା, ନୃତ୍ୟ, ସଂଗୀତ ଓ ପାଠପଢା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ସଫଳ ଛାତ୍ରଛାତ୍ରୀ ଓ ଦଳଙ୍କୁ ମଚାଂସୀନ ଅତିଥୀମାନଙ୍କ ଦ୍ୱାରା ପ୍ରମାଣପତ୍ର, ପୁରସ୍କାର ଓ ଟ୍ରଫି ବିତରଣ କରାଯାଇଥିଲା । ଏହାକୁ ପରିଚାଳନା କରିବାରେ ଶକ୍ଷାଶ୍ରମର ସମସ୍ତ ଗୁରୁଜୀ ଗୁରୁମା ଓ ଶୋଭନୀୟ ଆନେ୍ଦାଳନର ସଭ୍ୟ ସଭ୍ୟା ବୃନ୍ଦ ସହଯୋଗ କରିଥିଲେ ।