ଯାଜପୁର, :୯/୮/୨୬ (ସନ୍ଧାନ ନ୍ୟୁଜ) ଓଡିଶାର ସୁନାମଧନ୍ୟ ଗାୟକ ଶେଖର ଜଗନ୍ନାଥ ବେହେରା,ଗାୟକ ସମ୍ରାଟ ଅଭୟ ଚରଣ ସ୍ଵାଇଁଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେବାକୁ ଯାଉଛି । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଏବଂ ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼ବାଲିକୁଦା ପଞ୍ଚାୟତ ଏବଂ ଅରାବଳ ପଞ୍ଚାୟତର ମଧ୍ୟସ୍ଥଳି ଜନକ ଦେବୀ ଦ୍ଵାର ସତ୍ୟନାରାୟଣ ପାଲା ମଞ୍ଚ ପ୍ରାଙ୍ଗଣ ପରିଶରରେ ଗାୟକ ଶେଖର ଜଗନ୍ନାଥ ବେହେରା,ଗାୟକ ସମ୍ରାଟ ଅଭୟ ସ୍ଵାଇଁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ କରାଯାଉଥିବା ବେଳେ ବିଭିନ୍ନ ପାଲା ମଞ୍ଚ ପକ୍ଷରୁ ଆୟୋଜନ କରାଯାଉଛି । ଏହି ଅବସରରେ ସତ୍ୟ ନାରାୟଣ ପାଲା ମଞ୍ଚ ପକ୍ଷରୁ ଆୟୋଜନ କରାଯାଉଥିବା ବେଳେ ତା-୮/୮/ ୨୦୨୬ ରିଖ ସମୟ ୧୦ ଘଟିକା ସମୟରେ ଅନୁଷ୍ଠିତ ହେଉଛି । ଏଥିରେ ବହୁ ପାଲା ପ୍ରେମୀ ଯୋଗ ଦେବା ପାଇଁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଉଛି । ଆୟୋଜକ ମଞ୍ଚ ସତ୍ୟନାରାୟଣ ମୋହନ ପୁର,ଅରାବଳ, ରାଧରା ପୁର, ମେଣ୍ଢ, ରମା ପୁର ପାଲାମଞ୍ଚ, ମୁଣ୍ଡମାଳ ପାଲାମଞ୍ଚ,ଭଗବାନ ପୁର ପାଲାମଞ୍ଚ, ବାଲିହୁଡ଼ା ପାଲା ମଞ୍ଚ, ନିଆଳି ପାଲା ମଞ୍ଚ, ତାଳୁଆ ବାଲିକୁଦା ପାଲାମଞ୍ଚ, ଜନକ ସତ୍ୟନାରାୟଣ ପାଲାମଞ୍ଚ,ଓଡ଼ିଶାର ସୁନାମ ଧନ୍ୟ ଗାୟକ ଜଗନ୍ନାଥ ବେହେରା ଇହ ଧାମରେ ନଥିବା ବେଳେ ସେହିପରି ଗାୟକ ସମ୍ରାଟ ଅଭୟ ଚରଣ ସ୍ଵାଇଁ ଇହ ଜଗତରୁ ବିଦାୟ ନେଇଥିବା ତାଙ୍କରୀ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ଗାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ ଆୟୋଜନ କରିଛନ୍ତି । ଏହି ପରିପେକ୍ଷୀରେ ବିଭିନ୍ନ ସତ୍ୟନାରାୟଣ ପାଲାମଞ୍ଚ ପକ୍ଷରୁ ଯୋଗଦାନ କରିବା ପାଇଁ ଜନକ ପାଲାମଞ୍ଚ ଦେବୀ ଛକ ଆନୁକୁଲ୍ୟରେ ଅନୁଷ୍ଠିତ କରାଯାଉଛି । ଏଥିରେ ହଜାର ହଜାର ପାଲା ପ୍ରେମୀ ସାହିତ୍ୟ ପ୍ରେମୀ ଯୋଗଦେବା ପାଇଁ ଜନକ ପାଲାମଞ୍ଚ ପକ୍ଷରୁ ନିବେଦନ କରାଯାଇଛି ।
ଗାୟକ ଶେଖର ଜଗନ୍ନାଥ ବେହେରା,ଗାୟକ ସମ୍ରାଟ ଅଭୟ ଚରଣ ସ୍ଵାଇଁଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେବ
|
August 9, 2026 |



