ଗାଁ ଗାଁ ରେ ଚାଲିଛି କୃଷକ ସମ୍ପର୍କ ଅଭିଯାନ

Spread the love

ସୁନ୍ଦରଗଡ଼ ତା:୧୮/୦୫/୨୦୨୫ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ଆଜି ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତର ନୂଆଡ଼ିହି ଗ୍ରାମ କଲ୍ୟାଣ ମଣ୍ଡପ ଠାରେ କୃଷକ ସମ୍ପର୍କ ବୈଠକ ହୋଇଛି  l ଉକ୍ତ ବୈଠକରେ ତଲସରା କୃଷକ ସାଥି ଶ୍ରୀ ନୃପ କେଶରୀ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଚାଷୀ ମାନଙ୍କର ପଡିଆ ରହି ଯାଇଥିବା ଜାଗାରେ ସରକାରଙ୍କଠୁ ମିଳୁଥିବା ମୁଗ, ବିରି, ସୋରିଷ ଚାଷ କେମିତି କରିଲେ ଉନ୍ନତ ଧରଣ ଅମଳ ହୋଇ ପାରିବ ସେଦିଗରେ କୃଷକ ମାନଙ୍କୁ ବୁଝାଇଥିଲେ l କୃଷକ ସାଥି ଶ୍ରୀ ନୃପ କେଶରୀ ନାଏକ ସରକାରଙ୍କ ପ୍ରଚାଳିତ ଫାର୍ମର ଆଇଡି , ବିଜୁ କୃଷକ ଯୋଜନାରେ ଅନ୍ତର୍ଭୁକ୍ତ ଥିଲେ ଚାଷୀଙ୍କୁ ସୁଲଭ ମୂଲ୍ୟରେ ବିହନ ତଥା ଅନ୍ୟ ସମସ୍ତ ସରକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ  l ସପ୍ତାହର ପ୍ରତ୍ୟେକ ସୋମବାର ଦିନ ଗ୍ରାମସେବକଙ୍କ ମାଧ୍ୟମରେ କୃଷି ବିଷୟରେ ନୂତନ ପ୍ରଣାଳୀକୁ ଉପଯୋଗ କରି କିପରି ଚାଷୀମାନେ ଅଧିକ ର ଅଧିକ ଅମଳକ୍ଷମ ହୋଇପାରିବେ ସେ ବିଷୟରେ ଅବଗତି କରାଯିବ ବୋଲି ଶ୍ରୀ ନୃପ କେଶରୀ ନାଏକ ଜଣାଇଥିଲେ I

Related Posts

About The Author

Add Comment