ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ

Spread the love
  •  
  •  
  •  
  •  
  •  

ବିଶୋଇ, ୧୮.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲ୍ଲା ବିଶୋଇ, ଥାନା ଭାତଛତ୍ର ଜିପି ଅଧୀନ ମଝିଗାଁ ଗ୍ରାମରେ ଜଣେ ୬ ମାସ ଗର୍ଭବତୀ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାରୁ ପ୍ରକାଶ ଯେ ମଝିଗାଁ ଗ୍ରାମର ଅଭିଳାଷ ମହାକୁଡ଼(୨୫) ପ୍ରାୟ ବର୍ଷେ ତଳେ ଯଶୀପୁର ଥାନା  ଅଧୀନ ଦୁକୁରଗୁଡା ଗାଁର ଡ଼ମ୍ବରୁଧରୁ ମହାକୁଡ଼ଙ୍କ ଝିଅ ସୀତା ମହାକୁଡ଼(୨୦)ଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ପ୍ରତିଦିନ ପାରିବାରିକ କଳହ ଲାଗିରହୁଥିବା ଏବଂ ତାଙ୍କୁ ସ୍ବାମୀ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ବାପ ଘର ଲୋକେ ପୋଲିସକୁ କହିଛନ୍ତି । ପ୍ରାପ୍ତ ସୂଚନ୍ନା ଅନୁଯାୟୀ ଅଭିଳାଷ ଶନିବାର ପୂର୍ବାହ୍ନରେ କୌଣସି କାମରେ ଘରୁ ବାହାରିବା ପରେ ମୁଁ ତାଙ୍କ ସନ୍ତାନ ସମ୍ବବା ସ୍ତ୍ରୀ ସୀତା ଏକୁଟିଆ  ଘରେ ରହିଥିଲେ । ସ୍ଵାମୀ ଅଭିଳାଷ ସନ୍ଧ୍ୟାରେ ଘରକୁ ଫେରି ଶୋଇବା ଘର ବନ୍ଦ ରହିଥିବା ଦେଖୁ ଯେତେ ଡାକିଲେ ମଧ୍ୟ ସ୍ତ୍ରୀ କବାଟ ଫିଟାଇ ନଥିଲେ । ପଡୋଶୀଙ୍କ ସହାୟତାରେ ଘର ଆଜବେଷ୍ଟର କଣା କରି ପଶିଲା ବେଳକୁ ସୀତାଙ୍କୁ ଝୁଳନ୍ତା ଅବସ୍ଥାରେ ଦେଖି ପାଇଥିଲେ । ଖବର ପାଇ ବିଶୋଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସୀତାଙ୍କୁ ମୃତ ଅବସ୍ଥାରେ ଦେଖୁଥିଲେ । ଆଜି ସକାଳେ ରାଇରଙ୍ଗପୁରର ସହକାରୀ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ଶକୁନ୍ତଳା ହାନ୍ନଦାଙ୍କ ଉପସ୍ଥିତିରେ ସୀତାଙ୍କ ଶବକୁ ଜବତ କରି ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଁ ଥିଲେ ।

Related Posts

About The Author

Add Comment