ଗରିବ ସୀମାରେଖା ତଳେ ଥିବା କୃଷ୍ଣଚନ୍ଦ୍ର ତାଙ୍କ ମାଆ ସରକାରୀ ଯୋଜନାରୁ ବଂଚିତ

Spread the love

ଧର୍ମଶାଳା, ତା.୨୭/୦୫ (ସନ୍ଧାନ ନିୟୁଜ୍/ମାନସ ରାଉତ)- ରାଜ୍ୟ ସରକାର ଗରିବ ଖଟିଖିଆ ଓ ଦିନ ମଜୁରୀଆ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷ ଅଧିକାରୀଙ୍କ ଅବହେଳା ଓ ଆର୍ନ୍ତକିକତା ଅଭାବରୁ ସରକାରଙ୍କ ଏହି ମହତ୍ତ୍ୱ ଯୋଜନାର ସୁଫଳ ଅନେକ ହିତାଧିକାରୀ ପାଇପାରୁ ନାହାନ୍ତି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ୍ ଅଞ୍ଜିରା ପଞ୍ଚାୟତ ଅର୍ନ୍ତଗତ ଶ୍ୟାମସୁନ୍ଦପୁର ଗ୍ରାମର କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ପରିବାରରୁ ।

ଗରିବ ସୀମାରେଖା ତଳେ ବାସ କରୁଥିବା କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କୁ (୫୦) ବର୍ଷ ଅତିକ୍ରମ କଲେ ସୁଧା ସରକାରଙ୍କ ତରଫୁରୁ କୌଣସି ସୁବିଧା ସୁଯୋଗ ଏପର୍ଯ୍ୟନ୍ତ ମିଳିପାରୁ ନାହିଁ । ଦିର୍ଘଦିନ ହେବ ଛାଟିମାଟି ଚାଳ ଛପର ଘରେ ୮୦ ବର୍ଷର ରୋଗୀଣା ମାଆଙ୍କ ସହିତ ନିଜ କର୍ମ ଆଦରି ପଡି ରହିଛନ୍ତି । କୃଷ୍ଣଚନ୍ଦ୍ର ଜଣେ ଦିନ ମଜୁରିଆ ହୋଇଥିବାରୁ ବାରମ୍ବାର ପଞ୍ଚାୟତ ଅଫିସ ଏବଂ ବ୍ଲକ୍ ଯିବା ତାଙ୍କ ପକ୍ଷରେ ସମ୍ଭବପର ନୁହେଁ । ଏବଂ ଦିର୍ଘଦିନ ହେବ ବ୍ଲକ୍ କର୍ତ୍ତୁପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ତା’ର ରେସନ କାର୍ଡ, ଆଧାର କାର୍ଡ ନଥିବାରୁ ସରକାରୀ ତାଳିକାରେ ଅର୍ନ୍ତଭୁକ୍ତ ନଥିବାରୁ ତାହା ପାଇଁ ସରକାରୀ ଯୋଜନା ଅପହଞ୍ଚ ବୋଲି ଅଭିଯୋଗ କରିଛନ୍ତି । ତେଣୁ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କୃଷ୍ଣଚନ୍ଦ୍ରଙ୍କୁ ସରକାରୀ ସହୟତା ଦେବାପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment