ତିହିଡ଼ି ୧୮/୭/୨୬ (ସନ୍ଧାନ ନ୍ୟୁଜ) ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ରାମାନୁଜ ବିଦ୍ୟାପୀଠ ର ପରିଚାଳନା କମିଟି ଶାନ୍ତି ଶୃଙ୍ଖଳା ର ସହିତ ସମ୍ପନ୍ନ ହୋଇଛି। କମିଟି ର ପନ୍ଦର ଜଣ ସଦସ୍ୟ ଙ୍କ ମଧ୍ୟ ରୁ ତେର ଜଣ ସଦସ୍ୟ ଉପସ୍ଥିତ ଥିଲେ। ସର୍ବସମ୍ମତି କ୍ରମେ ଏସ କେ ରବୁ ସଲିମ୍ ସଭାପତି ରୁପେ ନିର୍ବାଚିତ ହୋଇଥିଲେ। ଏସ କେ ରାବୁ ସଲିମ ଜଣେ ଜଣାଶୁଣା ସମାଜ ସେବୀ, ଉତ୍କଳ ମଣି ସେବା ସଂଘ ତିହିଡ଼ି ର ସେ ଜଣେ ସକ୍ରିୟ ସଦସ୍ୟ। ମୁସଲିମ ସମ୍ପ୍ରଦାୟର ରେ ଜନ୍ମ ହୋଇ ଥିଲେ ବି ତାଙ୍କର ସବୁ ଧର୍ମ ର ଲୋକ ଙ୍କ ସହ ଉତ୍ତମ ସଂପର୍କ ରହିଛି। ସଭାପତି ଭାବରେ ନିର୍ବାଚିତ ହୋଇ ମୁଁ ମୋ ବିଦ୍ୟାଳୟ ର ଉନ୍ନତି କରିବି ବୋଲି ସେ କହିଛନ୍ତି। ତିହିଡ଼ି ବ୍ଲକ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କମିଟି ସଦସ୍ୟ ଶ୍ରୀଯୁକ୍ତ ପୁଷ୍ପକାନ୍ତ ନାୟକ, ରମାକାନ୍ତ ପୃଷ୍ଟି, ଶ୍ରୀମତୀ ରାକ୍ଷୀ ନାୟକ ନୂଆ ସଭାପତି ଙ୍କୁ ସ୍ଵାଗତ କରିଛନ୍ତି। ଯୁବ ନେତା ଶ୍ରୀଯୁକ୍ତ ଉଷା କାନ୍ତ ନାୟକ ତାଙ୍କ ପ୍ରତିକ୍ରିୟା ରେ ଆର ସଲୀମ ଙ୍କୁ ଜଣେ କର୍ମଠ ସାହସୀ ଯୁବକ ଭାବେ ବର୍ଣ୍ଣନା କରି ସ୍ଵାଗତ କରିଛନ୍ତି। ସରପଞ୍ଚ ପ୍ରତିନିଧି ଅମିୟ ରଞ୍ଜନ ମଲ୍ଲିକ ଆର ସଲୀମି ଙ୍କୁ ଜଣେ ଜଣାଶୁଣା ସମାଜ ସେବୀ ଭାବେ ବର୍ଣ୍ଣନା କରି ସ୍ଵାଗତ କରିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ରାମାନୁଜ ବିଦ୍ୟାପୀଠ ର ପରିଚାଳନା କମିଟି ଗଠିତ।
|
July 18, 2026 |



