ଯାଜପୁର ସଦର, ୨୬ା୦୭: ଯାଜପୁର ଜିଲ୍ଲା ଭୋଜି ଘଟଣାକୁ କେନ୍ଦ୍ରକରି ଗଣ୍ଡଗୋଳ ହେବାରୁ ୩ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣବାଛପୁର ଛକ ନିକଟରେ କିଛି ଯୁବକ ଭୋଜି କରୁଥିବା ବେଳେ, ସେହି ଗ୍ରାମର ବାଛପୁର ଗ୍ରାମର ବିନୋଦ ବିହାରି ସାହୁ ଭୋଜି କରୁଥିବା ଯୁବକ ମାନଙ୍କ ନିକଟକୁ ଆସି ଗାଳିଗୁଲଜ କରିଥିଲେ । ଭୋଜି କରୁଥିବା ଯୁବକ ମାନେ ଏହାର ପ୍ରତିବାଦ କରିବାରୁ ଗୌତ୍ତମ ସାମଲ ଏହାକୁ ବିରୋଧ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବିନୋଦର ଦୁଇ ପୁଅ ବିକ୍ରମ ସାହୁ ଏବଂ ସଂଗ୍ରାମ ସାହୁ ଭୋଜି ଘଟଣା ସ୍ଥଳରେ ପହଁଞ୍ôଚ ଗୌତ୍ତମ ସାମଲଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଗୌତ୍ତମ ସାମଲ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ହୋଇଥିବା ଗୌତ୍ତମ ସାମଲଙ୍କୁ ଯାଜପୁର ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଏନେଇ ଯାଜପୁର ସଦର ଥାନାରେ ଅଭିଯୋଗ ହେବାପରେ ଅଭିଯୋଗକୁ ଭିତ୍ତି କରି ସଦର ଥାନା ଆଇଆଇସି ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ବିନୋଦ ଏବଂ ତାଙ୍କର ଦୁଇ ପୁଅ ବିକ୍ରମ ଏବଂ ସଂଗ୍ରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ସଦର ଥାନାରେ ପୂର୍ବରୁ ମାମଲା ରହିଥିବା ଜଣାଯାଇଚି ।
ଗଣ୍ଡଗୋଳ ଅଭିଯୋଗରେ ୩ ଆସାମୀ ଗିରଫ ହୋଇ କୋର୍ଟ ଚାଲାଣ ହେଲେ
|
July 26, 2024 |
