ଖଲିଦନା ବ୍ୟବସାୟୀଙ୍କ ବର୍ଯ୍ୟବସ୍ତୁରୁ ପ୍ରଚୁର ଦୁର୍ଗନ୍ଧ, ଗ୍ରାମବାସୀ ଅସନ୍ତୋଷ

Spread the love

ସୁନ୍ଦରଗଡ଼ ୦୧-୦୬-୨୦୨୫ ତାରିଖ (ସନ୍ଧାନ ନିୟୁଜ / ବ୍ୟୁରୋ ରିପୋର୍ଟ ) ବିଗତ ୩ ବର୍ଷ ହେବ ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତଲସରା ଛକରେ ଖଲିଦନା ତିଆରି ମେସିନ ଲଗାଇ ଜଣେ ବ୍ୟବସାୟୀ ନିଜର ପରିବାର ପୋଷଣ କରିଆସୁଛନ୍ତି l ମିଳିଥିବା ସୂଚନା ଅନୁସାରେ ବ୍ୟବସାୟୀ ଜଣକ ଖଲିଦନା ବନେଇଲା ପରେ ବଳକା ରହିଯାଉଥିବା  ବସ୍ତୁକୁ ରାସ୍ତାର ଏଣେ ତେଣେ ପକାଉଥିବା ଦେଖିବାକୁ ମିଳିଛି I ପୁଣି ବର୍ଷାଯୋଗୁଁ ବର୍ଜ୍ୟବସ୍ତୁ ପାଣିରେ ଭିଜିଗଲା ପରେ ପ୍ରଚୁର ଦୁର୍ଗନ୍ଧ ହେଉଥିବା ଶୁଣିବାକୁ ମିଳୁଛି l କିଛି ସମୟରେ ଉକ୍ତ ବର୍ଯ୍ୟବସ୍ତୁ ସବୁକୁ ଗାଇଗୋରୁ ଖାଇ ଅସୁସ୍ଥ ହେଉଥିବା ଶୁଣିବାକୁ ମିଳିଛି , ଏହିସବୁ ଘଟଣାକୁ ନେଇ ବାରମ୍ବାର ଗ୍ରାମବାସୀ ଉକ୍ତ ବ୍ୟବସାୟୀକୁ ଜଣାଇଲା ପରେ ମଧ୍ୟ ସେ ଧ୍ୟାନଦେଉନଥିବା ଶୁଣିବାକୁ ମିଳିଛି l ତେବେ ସମସ୍ତ ବର୍ଜ୍ୟବସ୍ତୁକୁ ଏଣେତେଣେ ନପକାଇ ଜାଳି ଦେବା ପାଇଁ ବାରମ୍ବାର ବୁଝାଇବା ସତ୍ତ୍ୱେ ବ୍ୟବସାୟୀ ଜଣକ ଧ୍ୟାନ ନେବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l

Related Posts

About The Author

Add Comment