ସୁନ୍ଦରଗଡ଼ ତା:୨୨/୫/୨୦୨୫ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ସରକାର ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମ ରେ ରାଜ୍ୟ ର ସମସ୍ତ ଗରିବ ଶ୍ରେଣୀ ର ସର୍ବ ସାଧାରଣ ଙ୍କ ପାଇଁ ଗୋଟିଏ ଲେଖାଏଁ ଶୌଚାଳୟ କରିଛନ୍ତି । ଏହା ବାଲିସଙ୍କରା ବ୍ଲକର କେତେକ ଅଞ୍ଚଳରେ ତାହାର ବ୍ୟତିକ୍ରମ ଚିତ୍ର ଦେଖିବାକୁ ମିଳୁଛି । କେତେକ ଅଞ୍ଚଳ ର ଶୌଚାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବାବେଲେ କେତେକ ଅଞ୍ଚଳ ରେ ଏହି କାର୍ଯ୍ୟର ମଧୁଚନ୍ଦ୍ରିକାକୁ ନେଇ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ସରକାର ସ୍ୱଚ୍ଛ ଭାରତ ଅଭିଯାନ କୁ କେନ୍ଦ୍ରକରି ଏହା କାର୍ଯ୍ୟରେ ଅଞ୍ଚଳ ର ସ୍ୱଚ୍ଛତା ପାଇଁ ହେଉଥିବା ବେଳେ ପ୍ରତ୍ୟେକ ଘର୍ ମାଆ,ଝିଅ ସହିତ ପରିବାର ବର୍ଗ ଚିନ୍ତାରେ । ଏହି କାର୍ଯ୍ୟର ପାଇଁ ହେଉଥିବା ୧୨୦୦୦/- ଟଙ୍କା ପିସି ଓ ଶିଶି କାରବାର ରେ ଯାଉଥିବା ବେଳେ ବାକି ଟଙ୍କାରେ ଶୌଚାଳୟ ଅଧୋପନ୍ତରିଆ ହୋଇ ପଡିରହିଥିବା ଦେଖିବାକୁ ମିଳୁଚି । ଚେଇ ସୋଇଥିବ ଯିଏ ତାକୁ ଉଠାଇବ କିଏ? ଏପରି ପରିସ୍ଥିତରେ ଲୋକେ ରହିଥିବା ବେଳେ ପ୍ରଶାସନର କାର୍ଯ୍ୟରେ କେବେ ସ୍ୱଚ୍ଛତା ଆସିବ ତାହା ଦେଖିବାକୁ ବାକି ରହିଛି ।