କ୍ରେନ୍‍ ଧକ୍କାରେ ସ୍କୁଟି ଆରୋହୀ ବାପ-ଝିଅ ମୃତ

Spread the love

ବାଲେଶ୍ୱର, ୨୩ା୧୨(ସନ୍ଧାନ ନ୍ୟୁଜ): ବାଲେଶ୍ୱର-ରେମୁଣା ରାସ୍ତାର ରାମେଶ୍ୱର ମନ୍ଦିରଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍କୁଟି ଆରୋହୀ ବାପ-ଝିଅଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଦୁଇଜଣ ହେଲେ ଟାଉନଥାନା ଅନ୍ତର୍ଗତ ଓଲନ୍ଦାସାହି ଅଞ୍ଚଳର ଗୋପୀନାଥ ରଣା(୫୮) ଓ କବିତା ରଣା(୨୩)। ପ୍ରାପ୍ତ ସୂଚନା ଅନୁସାରେ ଆଜି ଅପରାହ୍ନରେ ଓଆର୦୧ଟି୭୫୮୩ ନଂର ଏକ କ୍ରେନ୍‍ ଓଆର୦୧ଏ-୫୧୭୮ ନଂ ବିଶିଷ୍ଟ ପୁରୁଣା ଭଙ୍ଗା ଟ୍ରକ୍‍କୁ ସଜାଡ଼ିବାକୁ ରେମୁଣା ଗୋଲେଇ ୍ରଅଭିମୁଖେ ଯାଉଥିଲା। ତେବେ ରାମେଶ୍ୱର ମନ୍ଦିର ଛକରେ ଟ୍ରକ୍‍ ଟାଣୁଥିବା କ୍ରେନ୍‍ଟି ହଠାତ ଡାହାଣକୁ ବୁଲାଇବା ସହ ଏକ ଅଟୋକୁ ଧକ୍କା ଦେଇଥିଲା। ପରେ ରାସ୍ତା ପାର୍ଶ୍ୱ ମୂର୍ତ୍ତିକଳା ଫାର୍ମର ଏକ ବଡ଼ ପଥର ମୂର୍ତ୍ତିକୁ ଧକ୍କା ଦେଇଥିଲା। ଏହି ସମୟରେ ରେମୁଣାରୁ ଫେରୁଥିବା ଗୋପୀନାଥ ରଣା କନ୍ୟା କବିତାଙ୍କ ଓଆର୦୧ଏଲ/୦୫୯୦ ସ୍କୁଟି ଉପରେ ମାଡ଼ିଯିବା ସହ ଘୋଷାରି ନେଇଥିଲା କ୍ରେନ୍‍ ସହ ଭଙ୍ଗା ଟ୍ରକ୍‍ଟି। ସ୍ଥାନୀୟ ଲୋକେ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଅଟୋ ଡ୍ରାଇଭର ଓ ସ୍କୁଟିରେ ଯାଉଥିବା ବାପ-ଝିଅଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ କବିତା ଓ ଗୋପୀନାଥଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଅଟୋ ଡ୍ରାଇଭର ଏବେ ଜିଳ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅଛି। ଦୁର୍ଘଟଣା ପରେ କ୍ରେନ୍‍ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ହେଲପରକୁ ପୁଲିସ ଅଟକ ରଖିଛି। ଏନେଇ ଏକ ମାମଲା ରୁଜୁ ସହ ପୁଲିସ ତଦନ୍ତ ଜାରି ରଖିଛି।

Related Posts

About The Author

Add Comment