କୋଲକାତାକୁ ଚାଲଣ ହେଉଥିବା ୭୦ଟି ଗୋରୁ ସହ ଟ୍ରକ ଜବତ, ୧୦ ଗୋରୁ ମୃତ

Spread the love

ଚୌଦ୍ୱାର ୨୮/୬  (ସନ୍ଧାନ ନିୟୁଜ) : ଗୁରୁବାର ଟାଙ୍ଗୀ ପୁଲିସ ବେଆଇନ ଭାବେ ଚାଲଣ ହେଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି । ଏହି ଟ୍ରକ୍‌ରେ ୭୦ଟି ଗୋରୁ ଥିବା ସହିତ ଗୋରୁ ଗୁଡିକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରୁ କୋଲକାତା ଚାଲଣ ହେଉଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଆଜି ସକାଳେ କଟକ ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଦେଇ ଏକ ଗୋରୁ ବୋଝେଇ ଟ୍ରକ ନିଗୁଣ୍ଡୀ ଟୋଲ ଗେଟ୍‌ ପାର ହେଉଥିଲା। ଏହି ସମୟରେ ସନ୍ଦେହଜନକ ଭାବେ ପୁଲିସ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଟ୍ରକ୍‌ରେ ୭୦ଟି ଗୋରୁ ଥିବା ପୁଲିସ ଦେଖିବାକୁ ପାଇଥିଲା। ଆଶ୍ଚର୍ଯ୍ୟର କଥା ସେଥିମଧ୍ୟରୁ ୧୦ଟି ଗୋରୁଙ୍କ ମୁତ୍ୟୁ ହୋଇଯାଇଥିବା ଜଣା ପଡ଼ିଥିଲା। ଏହାପରେ ପୁଲିସ ଟ୍ରକକୁ ଜବତ କରିବା ସହ ଏହି ଗାଡିକୁ ପାଇଲଟିଂ କରି ନେଉଥିବା ଏକ ସ୍କର୍ପିଓ ଗାଡିକୁ ମଧ୍ୟ ଜବତ କରିଛି। ଏହି ଘଟଣାପରେ ଗୋରୁ ବେପାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ଏମାନଙ୍କ ଧରିବା ପାଇଁ ଅନୁସନ୍ଧାନ ଚଳାଇଛି।

Related Posts

About The Author

Add Comment