କୋରୋନା ଯୋଗୁଁ ଠପ ପଡିଛି ଆଦିବାସୀ ଲୋକକଳା ଠେଠ ନାଗପୁରୀ
କୋରୋନା ଯୋଗୁଁ ଠପ ପଡିଛି ଆଦିବାସୀ ଲୋକକଳା ଠେଠ ନାଗପୁରୀ
Santosh Rout |
September 12, 2020 |
ରାଉରକେଲା: କୋରୋନା ଯୋଗୁଁ କଳାକାରମାନଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇ ପଡିଛି । ଅନ୍ୟପଟେ ସରକାରଙ୍କ ତରଫରୁ କୌଣସି ସହଯୋଗ ନ ମିଳିବା ଯୋଗୁଁ ଠେଠ ନାଗପୁରୀ ଗୀତ ଉପରେ ମାନ୍ଦଲର ଥାପ ଯୋଗୁଁ ଦେଶରେ ନିଜର ପରିଚୟ ସୃଷ୍ଟି କରିଥିବା ମାନ୍ଦଳ ସମ୍ରାଟ ହୁଲ୍ଲାସ ମହାତୋ ଭଳି କଳାକାର ନିଜ ପାରିବାରିକ ବୃତ୍ତି ପରିବା ଚାଷ କରୁଛନ୍ତି । ତାହା ମଧ୍ୟ ଲାଭପ୍ରଦ ହେଉ ନାହିଁ ବୋଲି ଆର୍ଥିକ ଅନଟନର ଶିକାର ହୋଇଛନ୍ତି।କୋରୋନା କଟକଣା ଯୋଗୁ ଗାଁରୁ ସହର ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଥିବାବେଳେ ଓଡିଶା କିମ୍ବା ପଡୋଶୀ ରାଜ୍ୟ ଛତିଶଗଡ଼, ଝାଡଖଣ୍ଡ ଯାଇ ମଧ୍ୟ କାର୍ଯ୍ୟକ୍ରମ କରିପାରୁନାହାଁନ୍ତି।ଆଦିବାସୀ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ହୁଲ୍ଲାସର ଚାହିଦା ଦେଶର ବିଭିନ୍ନ ଭାଗରେ ରହିଛି କିନ୍ତୁ କଟକଣା ଯୋଗୁଁ ତେତେରକେଲାର ଖୁଟଗାଁରେ ନିଜ ଘରେ ବସି ରହିଛନ୍ତି । ହୁଲ୍ଲାସ ଦେଶର ବିଭିନ୍ନ ଭାଗରେ ସମ୍ମାନିତ ତଥା ପୁରସ୍କୃତ ହୋଇଛନ୍ତି ତଥା ଗାଁରୁ ସହର ଆଦିବାସୀ ଅଞ୍ଚଳରେ ସମସ୍ତଙ୍କ ପରିଚିତ ତଥା ତାଙ୍କ ମାନ୍ଦଳର ଥାପରେ ହଜାର ହଜାର ପ୍ରଶଂସକଙ୍କୁ ଝୁମିବା ପାଇଁ ବାଧ୍ୟ କରନ୍ତି। ହୁଲ୍ଲାସ ମହାତୋ ସହିତ ବହୁତ କଳାକାରଙ୍କ ପାଖରେ ରୋଜଗାର ନାହିଁ । ଆଦିବାସୀ ଲୋକକଳାକୁ ବଞ୍ଚାଇବାରେ ଏହି କଳାକାର ମାନଙ୍କ ଭୂମିକା ରହିଛି । ସରକାର ସହଯୋଗ କରିଲେ ଏହି ମୁହୂର୍ତ୍ତରେ ଏମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ହୋଇପାରିବ। ଏହି କଳାକାରମାନେ ମଧ୍ୟ ସେହି ଦିନକୁ ପ୍ରତୀକ୍ଷା କରି ବସିଛନ୍ତି କି କେବେ ସବୁ ସାମାନ୍ୟ ହେଲେ ସେମାନେ ତାଙ୍କ ହଜାର ହଜାର ପ୍ରଶଂସକଙ୍କ ମଧ୍ୟରେ ଯାଇ ତାଙ୍କ କଳା ପ୍ରସ୍ତୁତ କରି ପ୍ରଶଂସିତ ହେବେ।
Related Posts
About The Author